ହେଡଲାଇନସ୍:

ସୁନ୍ଦରଗଡ଼: ବଜ୍ରାଘାତ ଯୋଗୁଁ ଦୁଇ ମୃତ ଏବଂ ଜଣେ ଗୁରୁତର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡ଼(ହୋରାଚାନ୍ଦ ଦେହୁରୀଆ) :-ଆଜି ଅପରାହ୍ନ  ସାଢ଼େ ୪ ଟା ସମୟରେ ଧୁରୁଆଡ଼ିହି ଥାନା ଅନ୍ତର୍ଗତ ଘଣ୍ଟିବୁଡ଼ ଅଞ୍ଚଳର ୧୦ ଜଣ କେନ୍ଦୁପତ୍ର ବୁଦା କାଟିବା ପାଇଁ ପାଖ ବଣକୁ ଯାଇଥିଲେ  | କିନ୍ତୁ ଅଚାନକ ଆକାଶ ମେଘମୁକ୍ତ ହୋଇ ଜୋରରେ ପବନ ବୋହିଥିଲା ଶ୍ରମିକ ମାନେ କଣ କରିବେ ଚିନ୍ତା କରିନପାରି ସେହି ବଣର ଗୋଟିଏ ବୁଦାମୁଳେ ବର୍ଷାରୁ ରକ୍ଷା ପାଇବା ପାଇଁ ଠିଆହୋଇ ରହିଥିଲେ | ଠିକ ସେହିସମୟରେ ବଜ୍ରପାତ ହୋଇଥିଲା | ସେହିଠାରେ ହିଁ ଦୁଇଜଣଙ୍କର୍  ମୃତ୍ୟୁ ହୋଇଥିଲା  | ବଜ୍ରାଘାତରେ ଵାବୁଲାଲ କିସାନ ୫୫ ମଙ୍ଗୁଲୁ ନାଏକ ୫୦ ଦୁଇଜଣ ମୃତ୍ୟୁ ବରଣ କରିଥିବା ବେଳେ ରଘୁନନ୍ଦନ କିଷାନ ୨୬  ଗୁରୁତର ହୋଇଥିଲେ ।  ସମସ୍ତଙ୍କୁ ସୁନ୍ଦରଗଡ଼ ମୁଖ୍ୟଡାକ୍ତର ଖାନାକୁ ଅଣାଯାଇ ଥିଲା ଡାକ୍ତର ଦୁଇ ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଗୁରୁତର ରଘୁନନ୍ଦନ ଏବେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି |  ଘଟଣା ସମ୍ପର୍କରେ ସଦର ଏସଡ଼ିପିଓ  ମଧୁସ୍ମିତା ମିଶ୍ରଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ସେ ବିଭିନ୍ନ ସୂତ୍ରରୁ ଖବର ପାଇଛନ୍ତି  | ଘଟଣାର୍ ତଦନ୍ତ କରାଯାଉଥିବା କହିବା ସହ  ଏବେ ସୁଦ୍ଧା ପରିବାର ବର୍ଗଙ୍କ ପକ୍ଷରୁ କୌଣସି ଅଭିଯୋଗ ହସ୍ତକ୍ଷେପ ହୋଇନଥିବା ପ୍ରକାଶ କରିଛନ୍ତି |

0
0
0
s2sdefault