ହେଡଲାଇନସ୍:

ଧାର୍ମିକ ଅନୁଷ୍ଠାନରେ ପ୍ରବେଶ ଉପରେ କଟକଣା କାଲି ଠାରୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ)  ରାଜ୍ୟ ସରକାର ରାଜ୍ୟରେ ଥିବା ଧାର୍ମିକ ଅନୁଷ୍ଠାନରେ ପ୍ରବେଶକୁ ନେଇ କଟକଣା ଜାରି କରିଛନ୍ତି | ଗତକାଲି ରାଜ୍ୟ ସରକାର ଧାର୍ମିକ ଅନୁଷ୍ଠାନ ପାଇଁ ଆଡ଼ଭାଇଜାରୀ ଜାରି କରିଥିଲେ | ଗତକାଲି  ପୁରୀ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିରରେ ସର୍ବସାଧାରଣ ପ୍ରବେଶ ନେଇ ଆସନ୍ତା ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରିଥିଲେ | ରାଜ୍ୟ ସରକାର ଏହାରି ଉପରେ ଗଭୀର ଭାବେ ବିଚାର କରିବା ପରେ ପରସ୍ଥିତିର ଗମ୍ଭୀରତାକୁ ବିଚାରକୁ ନେଇ ରାଜ୍ୟର ସମସ୍ତ ଧାର୍ମିକ ସ୍ଥଳରେ ପ୍ରବେଶ ଉପରେ କଟକଣା ଜାରି କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି | ତେଣୁ ଆସନ୍ତା ୨୦ ମାର୍ଚ ଠାରୁ ଏପ୍ରିଲ ୧ ପର୍ଯ୍ୟନ୍ତ ସମସ୍ତ ମନ୍ଦିର, ମସଜିଦ, ଗୀର୍ଜା ଓ ଗୁରୁଦ୍ୱାରା ଆଦି ଧାର୍ମିକ ସ୍ଥଳରେ ପ୍ରବେଶ ଉପରେ କଟକଣା ରହିବ | ଏହାକୁ ଜିଲ୍ଲାପାଳ ମାନେ କଡାକଡି ଭାବେ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି |   

0
0
0
s2sdefault