ହେଡଲାଇନସ୍:

ଉଦାହରଣ ସୃଷ୍ଟିକାରୀ ମୁଖ୍ୟମନ୍ତ୍ରୀ ନବୀନ :ମୋଦି 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ସମାଲୋଚକଙ୍କୁ ଠାଏ,. ମୋଦିଙ୍କ ମୁହଁରେ ନବୀନଙ୍କ ଭୁରି ଭୁରି ପ୍ରଶଂସା

Bhubaneswar(Shasak Prashasak): କରୋନାପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତିକୁ ନେଇ କିଛି ଲୋକ ବା ବିରୋଧୀ ସମାଲୋଚନା କରୁଥିବା ବେଳେ ସେମାନଙ୍କ ଗାଲରେ ଚଟକଣିଏ ଦେଇ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରିଛନ୍ତି ଭୁରି ଭୁରି ପ୍ରଶଂସା | ପ୍ରଧାନମନ୍ତ୍ରୀ ମୋଦି ନବୀନଙ୍କ ପ୍ରଶଂସାରେ ଯଦିଓ ଅଳ୍ପ ଶବ୍ଦ ବ୍ୟବହାର କରିଛନ୍ତି, ତଥାପି ସେ ଶବ୍ଦ ଗୁଡିକ ଭାରି ଓଜନଦାର ଆଉ ଦମଦାର |  

ପ୍ରଧାନମନ୍ତ୍ରୀ ପ୍ରଥମ ଧାଡିରେ ନବୀନଙ୍କୁ : ନୂଆ ଧାରା ବା ଉଦାହରଣ ସୃଷ୍ଟିକାରୀ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି | 

ଦ୍ଵିତୀୟ ବାକ୍ୟ "ମୁଁ ଆଶା କରୁଛି ଅନ୍ୟମାନେ ନବୀନ ବାବୁଙ୍କୁ ଅନୁକରଣ କରିବେ | 

ତୃତୀୟ ବାକ୍ୟରେ " ଆମେମାନେ ବି କୋବିଦ -୧୯କୁ ପ୍ରତିହତ କରିବା ପାଇଁ ଅବଦାନ ବି ରଖିପାରିବା" |

କରୋନା ବିପକ୍ଷରେ ଲଢେଇରେ ମୋଦିଜୀ ନବୀନ ବାବୁଙ୍କୁ ତାଙ୍କ ପ୍ରଶଂସା ବଳରେ ହିରୋ କରିଦେଇଛନ୍ତି | 

ସୂଚନାଯୋଗ୍ୟ ଯେ  ମୁଖ୍ୟମନ୍ତ୍ରୀ ତାଙ୍କ ଭଉଣୀ(ଗୀତା ମେହେଟ୍ଟା) ଙ୍କ ସମ୍ପର୍କରେ  ଆଜି ସରକାରଙ୍କ କୋବିଦ-୧୯ ପୋର୍ଟାଲରେ   ଅନଲାଇନ ପଞ୍ଜିକରଣ କରାଇଥିଲେ  | ଏପରି କରି ମୁଖ୍ୟମନ୍ତ୍ରୀ ଏକ ଉଦାହରଣ ସୃଷ୍ଟି କରିଥିବା ବେଳେ ଲୋକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟୁଇଟର ହାଣ୍ଡଲରେ ଏ ବିଷୟ ଉଲ୍ଲେଖ କରିବା ସହ କରୋନା  ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାରଙ୍କ  ମାର୍ଗଦର୍ଶିକା ଅନୁଯାୟୀ ବିଦେଶରୁ ଆସି ଓଡ଼ିଶାରେ ପହଁଚୁଥିବା ସମ୍ପର୍କୀୟମାନଙ୍କ ବିଷୟରେ ସରକାରଙ୍କ କୋବିଦ -୧୯ ପୋର୍ଟାଲରେ ପଞ୍ଜିକରଣ  କରାଇ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି | ଆଉ ନବୀନ ବାବୁଙ୍କ ଏହି କାର୍ଯ୍ୟ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଆଜି ନବୀନଙ୍କ ପ୍ରଶଂସାରେ ଶତମୁଖ ହୋଇପଡିଛନ୍ତି |  

0
0
0
s2sdefault