ହେଡଲାଇନସ୍:

କରୋନା ଅପଡେଟ :  ପରୀକ୍ଷା ହୋଇଥିବା  ୪୭ଟି ନମୁନାରୁ  ୪୬ଟି କରୋନା ନେଗେଟିଭ୍

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କୋଭିଡ୍-୧୯ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା  ୧୮ ଜଣଙ୍କୁ  ଆଇସୋଲୋସନରେ

 ବିଦେଶରୁ ଫେରିଥିବା  ୨୧୩୧ ଜଣଙ୍କ ହୋଇଛି ନାମ ପଞ୍ଜୀକରଣ

୨୪ ଘଣ୍ଟା ମଧ୍ୟରେ ୧୦୪  ହେଲ୍ପ ଲାଇନକୁ ଆସିଛି ୧୩,୬୨୭ କଲ୍ 

ସରକାରୀ ଓ ବେସରକାରୀ ଡାକ୍ତରଖାନାଗୁଡ଼ିକରେ ୫୪୦ଟି ଆଇସୋଲେସନ୍ ବେଡ୍ ରେଡି  

୬୩୨୩ଟି କୋଠାଗୃହକୁ ସାମୟିକ ଚିକିତ୍ସା ଶିବିର ପାଇଁ ଚିହ୍ନଟ 

ଭୁବନେଶ୍ୱର (ଶାସକ ପ୍ରଶାସକ): ଏଯାବତ  ଓଡ଼ିଶାରେ ୪୭ଟି ନମୁନା ପରୀକ୍ଷା କରାଯାଇଛିା ସେଥିରୁ ୪୬ଟି କରୋନା ନେଗେଟିଭ୍ ଥିବାବେଳେ ଗୋଟିଏ ପଜିଟିଭ୍ ଚିହ୍ନଟ ହୋଇଛିା ସଂକ୍ରମିତ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା  ବ୍ୟକ୍ତିମାନଙ୍କୁ ଯୋଗାଯୋଗ କରାଯାଇ ସେମାନଙ୍କୁ ପୃଥକ ବାସ  ପାଇଁ ପରାମର୍ଶ ଦିଆଯାଇଛିା ଗତକାଲି ୧୨ଟି ନମୁନା ପରୀକ୍ଷା କରାଯାଇଥିଲା  ଏବଂ ସେସବୁ କରୋନା ନେଗେଟିଭ୍ ରିପୋର୍ଟ ଆସିଛିା ଆଜି ସୁଦ୍ଧା ୬ଟି ନମୁନା ପରୀକ୍ଷା କରାଯାଇଛି ଓ ସେସମସ୍ତ ନେଗେଟିଭ୍ ରିପୋର୍ଟ ଆସିଛିା ଅଦ୍ୟାବଧି  ଓଡ଼ିଶାରେ କୋଭିଡ୍-୧୯ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା  ୧୮ ଜଣ ବ୍ୟକ୍ତିଙ୍କୁ ବିଭିନ୍ନ ଡାକ୍ତରଖାନାରେ ଆଇସୋଲୋସନରେ  ରଖାଯାଇଛି ବୋଲି କରୋନା ଭୂତାଣୁ ରୋଗ (କୋଭିଡ୍-୧୯) ସଂପର୍କରେ ସତକର୍ତା ଏବଂ ସଚେତନତା ତଥା ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ଆଜି ଅପରାହ୍ନରେ  ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋଭିଡ୍-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତୋ ବାଗଚୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା 

ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ୍ କଲେଜ୍ ହସ୍ପିଟାଲ୍ଗୁଡ଼ିକରେ ଆଇସୋଲେସନ୍ ସୁବିଧା ଉପଲବ୍ଧ ଅଛିା ବର୍ତ୍ତମାନ ସୁଦ୍ଧା ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାଗୁଡ଼ିକରେ ୫୪୦ଟି ଆଇସୋଲେସନ୍ ବେଡ୍ ପ୍ରସ୍ତୁତ ଅଛିା ରାଜ୍ୟର ବ୍ଲକସ୍ତର  ପର୍ଯ୍ୟନ୍ତ କ୍ୱାରାଣ୍ଟାଇନ୍ ସୁବିଧା କେନ୍ଦ୍ର ଚିହ୍ନଟ କରାଯାଇଛିା ଗତ ୨୪ ଘଣ୍ଟା ମଧ୍ୟରେ ୧୦୪  ହେଲ୍ପ ଲାଇନକୁ ୧୩,୬୨୭ କଲ୍ ଆସିଛିା ଏଯାବତ  ବିଦେଶରୁ ଫେରିଥିବା  ୨୧୩୧ ଜଣଙ୍କ ନାମ ପଞ୍ଜୀକରଣ କରାଯାଇଛିା 

ସମସ୍ତ ଧର୍ମାନୁଷ୍ଠାନ ଓ ଅଧିକ  ଜନଗହଳି ହେଉଥିବା ସ୍ଥାନମାନଙ୍କରେ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ଆଡ୍ଭାଇଜରୀ ଜାରି କରାଯାଇଛିା ତୀର୍ଥ ଯାତ୍ରୀ, ପୂଜକ, ସେବାୟତ ଏବଂ ଅନ୍ୟାନ୍ୟ ସ୍ଥାନ ଯେଉଁଠାରେ ନିରାପତ୍ତା ରକ୍ଷୀମାନେ ସଂପୃକ୍ତ ରହୁଛନ୍ତି, ସେମାନଙ୍କୁ ସୁରକ୍ଷା ଦିଆଯିବା ଏଜେନ୍ସି/ବୋର୍ଡ/ଟ୍ରଷ୍ଟ ଓ ସରକାରୀ ପରିଚାଳନାଧୀନ ସଂସ୍ଥା ଯେଉଁଠାରେ ସେମାନେ କାର୍ଯ୍ୟ କରୁଛନ୍ତି, ସେମାନେ ଏଥିପ୍ରତି ଯଥେଷ୍ଟ ଦୃଷ୍ଟି ଦେବୋ ଶ୍ରମିକମାନଙ୍କ ସୁରକ୍ଷା ପାଇଁ ଶ୍ରମ ଆୟୁକ୍ତଙ୍କ ତରଫରୁ ଆବଶ୍ୟକ ଗାଇଡ୍ ଲାଇନ୍ ଜାରି କରାଯାଇଛିା ଆଶ୍ରୟ ସ୍ଥଳ, କ୍ରେଚ  ଗୁଡିକର  ତତ୍ତ୍ୱାବଧାନ କରାଯାଉଛି ଏବଂ ନିୟମିତ ସଂକ୍ରମଣ ମୁକ୍ତ କରାଯାଉଛିା  ଆଧାର କେନ୍ଦ୍ରଗୁଡ଼ିକ ବନ୍ଦ କରାଯାଇଛିା ଓସ୍ଡମା ସେ୍ୱଚ୍ଛାସେବୀମାନେ ଏଟିଏମ୍ କାଉଣ୍ଟରଗୁଡ଼ିକରେ ସ୍ୱଚ୍ଛତା ରକ୍ଷା ପାଇଁ ବ୍ୟାଙ୍କ ଦ୍ୱାରା ନିୟୋଜିତ ସାନିଟାରୀ ଅପରେଟରମାନଙ୍କ କାର୍ଯ୍ୟ ଯାଞ୍ଚ କରିବୋ ପରିବହନ ଆୟୁକ୍ତଙ୍କ ନିର୍ଦ୍ଦେଶନାମା ଅନୁସାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଡ୍ରାଇଭିଂ ଲାଇସେନ୍ସ/ଲର୍ଣ୍ଣିଂ ଲାଇସେନ୍ସ ପରୀକ୍ଷାକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛିା 

ଆବଶ୍ୟକତାକୁ ଦୃଷ୍ଟିରେ ରଖି  ଏଯାବତ  ୬୩୨୩ଟି କୋଠାଗୃହକୁ ସାମୟିକ ଚିକିତ୍ସା ଶିବିର ପାଇଁ ଚିହ୍ନଟ କରାଯାଇଛିା ସେହିପରି ସହରାଞ୍ଚଳରେ ୨୬୧ଟି କୋଠାଘରକୁ ମଧ୍ୟ ଏହି ଉଦ୍ଦେଶ୍ୟରେ ଚିହ୍ନଟ କରାଯାଇଛିା ରାଜ୍ୟରେ ୯୭ଟି ସହରାଞ୍ଚଳ ଓ ୬୭୯୭ଟି ଗ୍ରାମପଞ୍ଚାୟତରେ ଏସବୁ ରହିଛି | ଯାହାର ସଂକ୍ରମଣର ସନ୍ଦେହ ରହିଛି ଏବଂ ସ୍ୱାସ୍ଥ୍ୟ କର୍ମୀ ମାସ୍କ ବ୍ୟବହାର କରିବୋ ଅନ୍ୟମାନେ ମାସ୍କ ବ୍ୟବହାର କରିବାର ଆବଶ୍ୟକତା ନାହିାଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯେପରିକି ସାନିଟାଇଜର, ତେଜରାତି ସାମଗ୍ରୀ, ଔଷଧ ଇତ୍ୟାଦି ମହଜୁଦ୍ (ହୋର୍ଡିଂ) କରି ନରଖିବା  ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛିା 

ସୂଚନା ଓ ଲୋକସଂପର୍କ ବିଭାଗର ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ସଚିବ ଶ୍ରୀ ମନୋଜ ମିଶ୍ର ମଧ୍ୟ ବିଭିନ୍ନ ପ୍ରସଙ୍ଗ ଉପରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ | 

0
0
0
s2sdefault