ହେଡଲାଇନସ୍:

ଗୁଜବରେ ବିଶ୍ୱାସ କରନ୍ତୁନି, ଗୁଜବ ସୃଷ୍ଟି କରନ୍ତୁନି : ଜିଲ୍ଲାପାଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସଚେତନ ରହିଲେ କରୋନାର ମୁକାବିଲା କରିପାରିବା 

ବରଗଡ(ଶାସକ ପ୍ରଶାସକ):- କରୋନା ପାଇଁ ଏବେ  ପର୍ଯ୍ୟନ୍ତ କୌଣସି ଚିକିତ୍ସା ନାହିଁ କିମ୍ବା ବର୍ତ୍ତମାନ ପର୍ଯନ୍ତ ଏହାର କୋଣସି ପ୍ରତିଷେଧକ ବାହାରି ନାହିଁ । ସଚେତନତା ଜରିଆରେ ଏହି ମହାମାରୀ କବଳରୁ ମୁକ୍ତି ମିଳିପାରିବ ବୋଲି ବରଗଡ଼ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଂଜନ ପ୍ରଧାନ କହିଛନ୍ତି । ଆସନ୍ତା କାଲି ବରଗଡ଼ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ଏହି ରୋଗ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାହେବ ବୋଲି ଜିଲ୍ଲାପାଳ ଜଣାଇଛନ୍ତି ।  ଜିଲ୍ଲାପାଳ କହିଛନ୍ତି ଯେ ଆକ୍ରାନ୍ତ ରୋଗୀଙ୍କୁ କୌଣସି ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଇ ପାରିବ ନାହିଁ । ବିଦେଶ ରୁ ଆସୁଥିବା ବ୍ୟକ୍ତି ନିଜର ନାମ ପଞ୍ଜିକରଣ କରିବେ । ସରକାରଙ୍କ ନିର୍ଦ୍ଦେଶକୁ ଅନୁସରଣ କଲେ ତାଙ୍କୁ ସରକାରୀ ପ୍ରୋତ୍ସାହନ ମିଳିବ । ଏହାର ଖିଲାପ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପରବର୍ତ୍ତୀ ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅସ୍ଥାୟୀ  ଚିକିତ୍ସା ଶିବିର କରାଯିବ । ଜିଲ୍ଲାରେ ଏପର୍ଯ୍ୟନ୍ତ କୋୖଣସି ରୋଗୀ ଚିହ୍ନଟ ହୋଇ ନାହାନ୍ତି ।  ଜନସାଧାରଣ ସୋସିଆଲ ମିଡ଼ିଆରେ ଚାଲୁଥିବା କୌଣସି ପ୍ରକାର  ଗୁଜବକୁ ବିଶ୍ବାସ ନ କରିବାକୁ ଓ କୋଣସି ଗୁଜବ ପ୍ରଚାର ନକରିବାକୁ ବରଗଡ଼ ଜିଲ୍ଲାପାଳ କହିଛନ୍ତି ।

 

0
0
0
s2sdefault