ହେଡଲାଇନସ୍:

 ଭଉଣୀଙ୍କ ଫେରିବା ବିଷୟରେ ତଥ୍ୟ ପଞ୍ଜିକରଣ କଲେ ନବୀନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ) :  ଗତକାଲି ଗଜପତି ନିଜ ପରିବାର ସହ ବିଦେଶରୁ ଫେରିବା ପରେ ସରକାରଙ୍କ କୋବିଦ-୧୯ ପୋର୍ଟାଲରେ ଅନଲାଇନ ପଞ୍ଜିକରଣ କରାଇଥିବା ବେଲେ ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ଭଉଣୀ(ଗୀତ ମେହେଟ୍ଟା) ଙ୍କ ସମ୍ପର୍କରେ  ଆଜି ସରକାରଙ୍କ କୋବିଦ-୧୯ ପୋର୍ଟାଲରେ   ଅନଲାଇନ ପଞ୍ଜିକରଣ କରାଇଛନ୍ତି | କାରଣ ତାଙ୍କ ଭଉଣୀ ଆଜି ବିଦେଶରୁ ଫେରୁଛନ୍ତି | ଏପରି କରି ମୁଖ୍ୟମନ୍ତ୍ରୀ ଏକ ଉଦାହରଣ ସୃଷ୍ଟି କରିଥିବା ବେଳେ ଲୋକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟୁଇଟର ହାଣ୍ଡଲରେ ଏ ବିଷୟ ଉଲ୍ଲେଖ କରିବା ସହ କରୋନା  ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାରଙ୍କ  ମାର୍ଗଦର୍ଶିକା ଅନୁଯାୟୀ ବିଦେଶରୁ ଆସି ଓଡ଼ିଶାରେ ପହଁଚୁଥିବା ସମ୍ପର୍କୀୟମାନଙ୍କ ବିଷୟରେ ସରକାରଙ୍କ କୋବିଦ -୧୯ ପୋର୍ଟାଲରେ ପଞ୍ଜିକରଣ  କରାଇ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି | 

0
0
0
s2sdefault