ହେଡଲାଇନସ୍:

ଉପଖଣ୍ଡ ପ୍ରଶାସନ ପକ୍ଷରୁ କରୋନା ଉପରେ ସଚେତନତା।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ବିଶ୍ବରେ ବର୍ତ୍ତମାନ କରୋନା ଆତଙ୍କ, ମହାମାରୀର ରୂପ ନେଇଛି।  ଏହାର ପ୍ରଭାବ ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି।ଏପରିକି ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଆରମ୍ଭ ହୋଇ ଥିବା ଜଣା ଯାଇଛି। ହେଲେ ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ପ୍ରଶାସନ ପକ୍ଷରୁ  ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରିବାକୁ  ପରାମର୍ଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ରେଢାଖୋଲ ଉପଜିଲ୍ଲାପାଳ ଡୋଳା ମଣୀ ପଟେଲ, ଏନଏସି ନିର୍ବାହୀ ଅଧିକାରୀ କନିକା ଚକ୍ରବର୍ତ୍ତୀ ପ୍ରମୁଖ ଅନ୍ୟ କର୍ମଚାରୀ ପ୍ରମୁଖ ସାମିଲ ହୋଇ ମଙ୍ଗଳବାର ରେଢାଖୋଲ ସହର ବିଭିନ୍ନ ଦୋକାନ ବଜାର ମାନଙ୍କୁ ଯାଇ  ଲୋକଙ୍କୁ ସଚେତନ କରିଥିଲେ।ଏପରିକି ବାହାର ରାଜ୍ୟରୁ ଆସୁ ଥିବା ବ୍ୟକ୍ତିଙ୍କ ପ୍ରତି ନଜର ରଖି  ଉପଖଣ୍ଡ ପ୍ରଶାସନକୁ ସୂଚନା ଦେବାକୁ କୁହା ଯାଇଥିଲା।ଏହା ସହ ବିଭିନ୍ନ କର୍ମଶାଳା, ବୈଠକ, ତାଲିମ ଶିବିର ଆଦି ବନ୍ଦ ରହିଥିବା  କୁହ ଯାଇଛି।ଏପରିକି ଉପଖଣ୍ଡରେ ସଚେତନତା ଆହୁରି ବ୍ୟାପକ କରା ଯିବ ବୋଲି ଜଣା ଯାଇଛି।ଜ୍ୱର ଓ କାଶ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ସହ ଭୟଭୀତ ନ ହେବାକୁ ପରାମର୍ଶ ଦେବା ସହ ୨୦ରୁ ୨୫ ଜଣ କୌଣସି ବୈଠକରେ ଯୋଗ ନ ଦେବା ଓ ୨ଫୁଟ ଦୁରତାରେ ରହିବାକୁ କୁହାଯାଇଥିଲା।  ତେବେ ହାତକୁ  ସବୁନରେ ଧୋଇବା, ମୁହଁରେ ମାକ୍ସ ପିନ୍ଧି ବାହାରକୁ ଯିବା, ଖୋଲାରେ ନ ଛିଙ୍କିବା ଭଳି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।ଏହା  ସହ ଦୋକାନ ବଜାରରେ ସ୍ୱଚ୍ଛତା ବଜାୟ ରଖିବାକୁ  କହିଥିଲେ।

0
0
0
s2sdefault