ହେଡଲାଇନସ୍:

ସରକାରୀ ନିର୍ଦ୍ଧେଶକୁ ବେଖାତିର, ସ୍କୁଲରେ ହେଲା ପରୀକ୍ଷା।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କରୋନା ପାଇଁ ସ୍କୁଲ କଲେଜ ବନ୍ଦ,ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ସରକାରୀ ନିର୍ଦ୍ଧେଶକୁ ବେଖାତିର, ସ୍କୁଲରେ ପରୀକ୍ଷା। ହେଲା 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : କରୋନା ଭୁତଣୁର ସଂକ୍ରମଣ ନେଇ ସାରା ବିଶ୍ୱରେ ଆତଙ୍କ ଖେଳି ଯାଇଥିବା ବେଳେ ଭାରତରେ ଦିନକୁ ଦିନ ଏହି ରୋଗର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ଇତି ମଧ୍ୟରେ  ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଶହରୁ ଉର୍ଦ୍ଧରେ ପହଁଚିଛି। ସେହିପରି ଏହି କରୋନାର  ପ୍ରଭାବ ଓଡିଶା କିପରି ନ ପଡିବ ସେଥି ପ୍ରତି ସରକାରଙ୍କ ପକ୍ଷରୁ କଡା ମୁକାବିଲା କରିବା ନେଇ ତତ୍ପର ଥିବା କୁହାଯାଇଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ସବୁ ବନ୍ଦ କରିବାକୁ ନିର୍ଦ୍ଧେଶ ଜାରି କରା ଯାଇଛି। ଏପରିକି ଦୀର୍ଘ ଦିନ ପର୍ଯ୍ୟନ୍ତ ସ୍କୁଲ ଗୁଡାକ ସବୁ ବନ୍ଦ ରହିବ ବୋଲି ସରକାର ଜଣାଇଛନ୍ତି।ହେଲେ ସମ୍ବଲପୁର ଜିଲ୍ଲା ରେଢାଖୋଲ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।ଏହି ସ୍କୁଲରେ ମଙ୍ଗଳବାର  ସମସ୍ତ ସରକାରୀ ନିର୍ଦ୍ଧେଶକୁ ବେଖାତିର କରି ଭୋର ସକାଳୁ ଛାତ୍ର ଛାତ୍ରୀଙ୍କୁ ନେଇ ପରୀକ୍ଷା କରା ଯାଇଥିବା ଜଣା ଯାଇଛି।ହେଲେ ମଙ୍ଗଳବାର ରେଢାଖୋଲ ସହର ଅଞ୍ଚଳରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ମାନ ବନ୍ଦ ଥିବା ବେଳେ ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଛାତ୍ର ଛାତ୍ରୀମାନେ ସ୍କୁଲକୁ ଯାଉଥିବା ଦେଖିବାକୁ ମିଳି ଥିଲା।ଏହାପରେ କେତେକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ନିଜ ନାମ ଗୋପନ ରଖିବାକୁ କହି କେତେକ ଗଣ ମାଧ୍ୟମ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ମଙ୍ଗଳବାର ସକାଳ ପ୍ରାୟ ୬ଘ.୫୦ମିନିଟ ବେଳେ ଆମ ପ୍ରତିନିଧି ସ୍କୁଲ  ବାହାରେ ଥାଇ ଦେଖିବାରେ  ଛାତ୍ର ଛାତ୍ରୀ ମାନେ ସ୍କୁଲ୍ରରେ ଥିବା ଜାଣିବାକୁ ପାଇଥିଲେ।

ସାରା ରାଜ୍ୟରେ ମଙ୍ଗଳବାର  ଶିକ୍ଷାନୁଷ୍ଠାନ ବନ୍ଦ ରହିବାର ନିୟମ ଥିବା ବେଳେ ରେଢାଖୋଲ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଖୋଲା ରହି ପରୀକ୍ଷା ହୋଇ ଥିବା ନେଇ  ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ପ୍ରମୋଦା ବିଶ୍ୱାଳଙ୍କୁ ପଚାରିବାରେ  ସେଭଳି ସବୁଦିନ ପରି ଛାତ୍ର ଛାତ୍ରୀ ମାନେ ଆଜି ମଧ୍ୟ ଆସି ଯାଇଥିଲେ ଏବଂ  ସ୍କୁଲରେ କୌଣସି ପରୀକ୍ଷା ହୋଇ ନ ଥିଲା ବୋଲି ପ୍ରକାଶ କରିବା ସହ କଥାକୁ ଏଡାଇ ଦେଇଥିଲେ। ଏନେଇ  ପୁଣି ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ତଥା ରେଢାଖୋଲ ଉପଜିଲ୍ଲାପାଳ ଡୋଳାମଣି ପଟେଲଙ୍କୁ ପଚାରିବାରେ  ମଙ୍ଗଳବାର ସକାଳେ ସ୍କୁଲ ପିଲା ଆସି ଥିବା ସହ ପରୀକ୍ଷା ହୋଇ ଥିବା କହିଥିଲେ। ଏପରିକି ସରକାରଙ୍କ ନିୟମ ସ୍କୁଲ ସବୁ ବନ୍ଦ ରହିବାର ନିର୍ଦ୍ଧେଶ ଥିବା ବେଳେ ମୋ ପାଖରୁ କୌଣସି ମତାମତ କିମ୍ବା ଅନୁମତି ମଧ୍ୟ ନେଇ ନ ଥିଲେ ବୋଲି କହିଥିଲେ।ଏପରିକି  ଏ ସଂକ୍ରାନ୍ତରେ ମୋ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଯୋଗା ଯୋଗ କରି  ସ୍କୁଲରେ ପରୀକ୍ଷା ହୋଇଥିବା ଜାଣିବାକୁ ପାଇଥିଲି ବୋଲି ଆହୁରି ମଧ୍ୟ କହିଥିଲେ। ଏପରିକି ଆଗାମୀ ଦିନରେ ସ୍କୁଲକୁ କୋଣସି ଛାତ୍ର ଛାତ୍ରୀ ଆସିବେ ନାହିଁ କିମ୍ବା ପରୀକ୍ଷା ଆଦି ହେବ ନାହିଁ ବୋଲି  କହିବା ସହ ସ୍କୁଲ କତ୍ତୃପକ୍ଷଙ୍କୁ  ସରକାରୀ ନିୟମ ମାନିବାକୁ କୁହାଯିବ ବୋଲି  ପ୍ରକାଶ କରି ଥିଲେ। ହେଲେ ଛାତ୍ର ଛାତ୍ରୀଙ୍କୁ ଅଦର୍ଶବାନ ବନାଇବାର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଗୁରୁ ଦାୟିତ୍ୱ ଥିବା ବେଳେ ଏମାନେ ସବୁ ସରକାରୀ ନିୟମକୁ ନ ମାନି କାର୍ଯ୍ୟ କରି ଥିବାରୁ ଛାତ୍ର ଛାତ୍ରୀଙ୍କୁ ଏମାନେ ସବୁ କଣ ସଂସ୍କାର ଶିଖାଇବେ ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଉ ଅଛି।

0
0
0
s2sdefault