ହେଡଲାଇନସ୍:

ଚୋରା ଚାଲାଣ  ବେଳେ ପିକ ଅପ ସହ ୨୪କେଜି ଗଞ୍ଜେଇ ଜବତ ,୩ ଅଭିଯୁକ୍ତ ଗିରଫ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳରେ ଦିନକୁ ଦିନ ବେଆଇନ ଗଞ୍ଜେଇ ଚୋରା ଚାଲାଣ ବଢ଼ିବାରେ ଲାଗିଛି।ହେଲେ ଏହି ବେଆଇନ ଗଞ୍ଜେଇ ଚୋରା ଚାଲାଣ ବେଳେ ରେଢାଖୋଲ ଥାନା ପୋଲିସ କାଲି ସନ୍ଧ୍ୟାରେ ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥ ତଥା ରେଢାଖୋଲ-ବୌଦ୍ଧ ରାସ୍ତାର ରେଢାଖୋଲ ଥାନା ଅନ୍ତର୍ଗତ କେନ୍ଦୁକଟା ନିକଟସ୍ଥ ତାରିଣୀ ମନ୍ଦିର ନିକଟରେ ଚଢ଼ାଉ କରି ପିକ ଅପ ସହିତ ୨୪କେଜି ଗଞ୍ଜେଇ ଜବତ କରିବା ସହିତ ଗାଡିର ଡ୍ରାଇଭର ସମେତ ୩ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା ତଥା ଥାନା ଅନ୍ତର୍ଗତ ପଲାସ ଗ୍ରାମର  ପିକ ଅପ ଡ୍ରାଇଭର ଜ୍ୟୋତି ରଞ୍ଜନ ମିଶ୍ର(୩୩),ଗଞ୍ଜେଇ ବେପାରୀ ବିହାର ରାଜ୍ୟ ପଶ୍ଚିମ ଚମ୍ପରନ ଜିଲ୍ଲା ଠାକ୍ରନ ଥାନା ଅନ୍ତର୍ଗତ ରୂପାଲି ଟାଡା ଗ୍ରାମର ସରଫୁଦିନ ଅଲ୍ଲୀ(୨୦),ଓ ଆନନ୍ଦ କୁମାର ଯାଦବ(୨୦)।ଏ ସଂକ୍ରାନ୍ତରେ ରେଢାଖୋଲ ଥାନା କେସ ନମ୍ବର୫୪/୨୦୨୦ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ୩ଜଣ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରା ଯାଇଥିବା ପୋଲିସ ଏସଆଇ ବୈଭବି ମାଳା ସ୍ୱାଇଁ ସୂଚନା ଦେଇଛନ୍ତି।

ପ୍ରକାଶ ଥାଉକି ଗିରଫ ୩ଜଣ ଅଭିଯୁକ୍ତ ବୌଦ୍ଧ ଜିଲ୍ଲା ଅଞ୍ଚଳରୁ ବେଆଇନ ଭାବରେ ଗଞ୍ଜେଇ ବୋଝେଇ ବିହାର ରାଜ୍ୟକୁ ଚୋରା ଚାଲାଣ ପାଇଁ ଗାଡି ନମ୍ବର ଓଡ଼ି୨୭ଏ୮୫୧୮ ବିଶିଷ୍ଟ ପିକ ଅପରେ ବୌଦ୍ଧ-ରେଢାଖୋଲ ରାସ୍ତାରେ  ଶନିବାର ସନ୍ଧ୍ୟାରେ ନେଉଥିବା ବେଳେ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ  ରେଢାଖୋଲ ଥାନା ଅନ୍ତର୍ଗତ କେନ୍ଦୁକଟା ନିକଟସ୍ଥ ତାରିଣୀ ମନ୍ଦିର ନିକଟରେ ବେଆଇନ ଚାଲାଣ ଉପରେ ଚଢ଼ାଉ କରିଥିଲା। ହେଲେ ଗାଡିକୁ ଅଟକାଇ ଯାଞ୍ଚ କରିବାରୁ ୨ଟି ବସ୍ତାରୁ ୨୪କେଜି ଗଞ୍ଜେଇ ପୋଲିସ ଜବତ କରିଥିଲା। ଯାହାର ସରକାରୀ ଆନୁମାନିକ ମୂଲ୍ୟ ୭୦ହଜାର ଟଙ୍କା ପାଖ ପୁଖି ହେବ ବୋଲି ପୋଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏହି ଚୋରା ଚାଲାଣ ଅଭିଯୋଗରେ ପୋଲିସ ଗାଡିର ଡ୍ରାଇଭର ସମେତ ୩ଜଣ ଗିରଫ କରିବା ସହିତ ପିକ ଅପ ଗାଡିକୁ ପୋଲିସ ଜବତ କରିଥିଲା

 

0
0
0
s2sdefault