ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ ନବୀନଙ୍କ ନିଷ୍ପତ୍ତିକୁ ମୟୂରଭଞ୍ଜ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଅଣଦେଖା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(Dillip Mohanty)- କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ ଥିବା ସମୟରେ ଏହାକୁ ବିଶ୍ୱ ମହାମାରୀ ଭାବେ ଘୋଷଣା କରିଛି ମିଳିତ ଜାତିସଂଘର ଡ଼ବ୍ଲୁ୍ୟ ଏଚ୍ ଓ । ଓଡ଼ିଶାର ରାଜଧାନୀ ବୂବନେଶ୍ୱରରେ ପ୍ରଥମ ବ୍ୟକ୍ତିଙ୍କ ରକ୍ତ ନମୁନାରେ  ଭାବେ କରୋନା ଭାଇରସ୍ ପଜିଟିଭ ବାହାରିଥିବାର ଜଣାପଡ଼ିବା ପରେ ସରକାର ପୂର୍ବ ଅପେକ୍ଷା ଅଧିକ ସଚେତନ ହୋଇ ଉଠିଥିବାର ଜଣାପଡ଼ିଛି । ଫଳରେ ରାଜ୍ୟର ସମସ୍ତ ଜିଲ୍ଲାଗୁଡ଼ିକରେ ସିଆରପିସି ଧାରା ୧୪୪ ଜାରି କରାଯାଇଥିବା ବେଳେ ମୟୂରଭଞ୍ଜ ଆଞ୍ଚଳିକ ବରିବହନ ବିଭାଗ ପକ୍ଷରୁ ଏହାକୁ ଅଣଦେଖା ପ୍ରଦର୍ଶନ କରୁଥିବାର ଜଣାପଡ଼ିଛି । ନୂତନ ମୋଟଯାନ ଆଇନ ସଂଶୋଧନ ପରେ ପ୍ରଶାସନ ପକ୍ଷରୁ ଯାନବାହହନ ଯାଞ୍ଚକୁ କଡ଼ାକଡ଼ି ଭାବେ ଲାଗୁ କରାଯିବା ସହ ମୋଟା ଅଙ୍କର ଫାଇନ ଆଦାୟ ଜାରି ରହିଥିବାରୁ ମୟୂରଭଞ୍ଜ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ   କାର୍ଯ୍ୟାଳୟରେ ଲର୍ଣ୍ଣିଂ ଲାଇସେନ୍ସ ଓ ଡ୍ରାଇଭିଂ ଲାଇସେନ୍ସ ନିମନ୍ତେ ଲମ୍ବା ଲାଇନ ଲାଗିଥିବାର ଦେଖିବାକୁ ମିଳିଛି । ଆବେଦବକାରୀମାନେ ଖୁନ୍ଦିଖାନ୍ଦି ହୋଇ ଘଣ୍ଟାଘଣ୍ଟା ଧରି ଲମ୍ବା ଲାଇନରେ ଅପେକ୍ଷା କରି ରହୁଛନ୍ତି କେତେବେଳେ ସେମାନଙ୍କ ପାଳି ଆସିବ । ଏଥି ସହିତ କମ୍ପୁ୍ୟଟରରେ ଲର୍ଣ୍ଣିଂ ଲାଇସେନ୍ସ ନିମନ୍ତେ ପରୀକ୍ଷା ଦେଉଛନ୍ତି । କରୋନା ଭୟ ଅପେକ୍ଷା ନୂତନ ମୋଟର ସଂଶୋଧିତ ମୋଟରଯାନ ଆଇନରେ ଆଦାୟ ହେଉଥିବା ଫାଇନର ଭୂତ ଜନସାଧାରଙ୍କୁ ଅଧିକ ପ୍ରଭାବିତ କରାଇପକାଉଛି । ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ କରୋନା ସଚେତନତାକୁ ନେଇ ଗଣମାଧ୍ୟମର ଲକ୍ଷ୍ମଣ ରେଖା ସମ୍ପର୍କରେ ଅବଗତ କରାଇବା ନିମନ୍ତେ ଯେତିକି ବ୍ୟଗ୍ରତା ରହିଛି ତାର କାଣିଚାଏ ଆଞ୍ଚଳିକ ପରିବହନ ବିଭାଗକୁ ସଚେତନ କରାଇଥିଲେ କାର୍ଯ୍ୟରେ ଆସିପାରିଥାନ୍ତା । ଜିଲ୍ଲାରେ ସିଆରପିସି ଧାରା ୧୪୪  ଲାଗୁ କରାଯାଇଥିବା ବେଳେ  ଆଞ୍ଚଳିକ ପରିବହନ ବିଭାଗ ଜିଲ୍ଲା ବାହାରେ କି ବୋଲି ପ୍ରଶ୍ନ ଉଠିଛି । ଲର୍ଣ୍ଣିଂ ଲାଇସେନ୍ସ ଓ ଡ୍ରାଇଭିଂ ଲାଇସେନ ପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଜନଗହଳିରେ ପରିପୂର୍ଣ୍ଣ ହୋଇ ଉଠିଥିଲା କିପରି ବୋଲି ଜନସାଧାରଣ ପ୍ରଶ୍ନ ଉଠାଇଥିବା ବେଳେ କାର୍ଯ୍ୟାଳୟରେ ପ୍ରତିଷେଧମୂଳକ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ଉଠାଇଛନ୍ତି । ଜଣେପରେ ଜଣେ କମ୍ପ୍ୟୁଟର କି -ବୋର୍ଡକୁ  ବ୍ୟବହାର କରୁଥିଲେ ମଧ୍ୟ ସେ ଦିଗରେ ବିଭାଗ ସଚେତନ ନଥିବାର ଅଭିଯୋଗ ହୋଇଛି । ତେଣୁ, ଜନସାଧାରଣଙ୍କ ସାମୂହିକ ହିତ ସାଧନର ମହତ୍ ଉଦେ୍ଧଶ୍ୟରେ କରୋନା ଭୟ ଦୂର ନ ହେବା ପର୍ଯ୍ୟନ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଲର୍ଣ୍ଣିଂ ଲାଇସେନ୍ସ ଓ ଡ୍ରାଇଭିଂ ଲାଇସେନ ନିମନ୍ତେ ଆବେଦନକୁ ସ୍ଥଗିତ ରଖାଯିବା ସହିତ ଗାଡ଼ି ମୋଟର ଯାଞ୍ଚକୁ ମଧ୍ୟ ବନ୍ଦ ରଖିବା ନିମନ୍ତେ ଜନସାଧାରଣରେ ଦାବି କରାଯାଇଛି । 

 

0
0
0
s2sdefault