ହେଡଲାଇନସ୍:

ଏମ୍ସିଆଇ ଟିମର  ପିଆରଏମ  ପରିଦର୍ଶନ :ଆବଶ୍ୟକୀୟ ଶଯ୍ୟା ସଂଖ୍ୟା ପୂରଣ ନେଇ ଉଦବେଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂତନ ହସ୍ପିଟାଲ ଗୃହ ଶୀଘ୍ର ସାରିବାକୁ ପରାମର୍ଶ

ବାରିପଦା(ଦିଲ୍ଲୀପ ମହାନ୍ତି ): ଏମ୍ସିଆଇର ତିନିଜଣିଆ ଟିମ୍ ଆଜି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ୍ ଏଣ୍ଡ୍ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ବିଭିନ୍ନ ବିଭାଗ ପରିଦର୍ଶନ କରି ଏମ୍ସିଆଇ ନିଦେ୍ର୍ଧଶାବଳୀ ଅନୁସାରେ ଆବଶ୍ୟକୀୟ ଭିତିଭୂମି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧାସୁଯୋଗ ଉପଲବ୍ଧ ଅଛି କି ନାହିଁ ସେନେଇ ତଦାରଖ କରିଥିଲା ଏହି ଟିମ୍ । ଡ. ଏଚ୍ ଏଲ୍ ବିଶ୍ୱନାଥ(ବାଙ୍ଗାଲୋର), ଡ. ତୁଷାର କେ ଶାହ(ମୁର୍ଶିଦାବାଦ) ଏବଂ ଡ. ସୁମାୟା ମୁଲ୍ଲା(ସୁରଟ)ଙ୍କୁ ନେଇ ଗଠିତ ଏହି ଟିମ୍ ମେଡିକାଲ୍ କଲେଜ୍ ପରିଦର୍ଶନ କଲାପରେ ହସ୍ପିଟାଲ ବୁଲିଦେଖିଥିଲେ । ଏମ୍ସିଆଇ ନିୟମାବଳୀ ଅନୁସାରେ ନୂତନ ହସ୍ପିଟାଲ ଗୃହ ନିର୍ମାଣ କାର୍ଯ୍ୟ ଶୀଘ୍ର ସମାପ୍ତ କରିବାକୁ ପରାମର୍ଶ ଦେଇଥିଲା ଏହି ଟିମ୍ । ଗତ  ଅକ୍ଟୋବର୍ ମାସରେ ଏମ୍ସିଆଇ ପକ୍ଷରୁ ପିଆରଏମ୍ର ଭିତିଭୂମି ତଥା ଅନ୍ୟାନ୍ୟ ବ୍ୟବସ୍ଥାକୁ ନେଇ ଏକ ଟିମ୍ ବିସ୍ତୃତ ଭାବେ ପର୍ଯ୍ୟବେକ୍ଷଣ କରିଥିଲେ । ଏହି  ଗସ୍ତ ଉକ୍ତ ପରିଦର୍ଶନ ପରେ ହୋଇଥିବା ବିଭିନ୍ନ ବିକାଶମୂଳକ ବ୍ୟବସ୍ଥାର ଅନୁଧ୍ୟାନ କରାଯାଇଥିଲା । ସେହିପରି ଆବଶ୍ୟକୀୟ ଶଯ୍ୟା ସଂଖ୍ୟା ପୂରଣ ନେଇ ମଧ୍ୟ ଏମ୍ସିଆଇ ଟିମ୍ ପକ୍ଷରୁ ଉଦବେଗ  ପ୍ରକାଶ କରାଯାଇଥିଲା । ଏହାର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଥିଲା । ତେବେ ଅକ୍ଟୋବର ମାସର ଗସ୍ତ ପରେ ପିଆରଏମ୍ କର୍ତୃପକ୍ଷ ବିଭିନ୍ନ କ୍ଷେତ୍ରରେ ଉନ୍ନତି କରିଥିବା ଏମ୍ସିଆଇ ଟିମ୍ ଦୃଷ୍ଟିକୁ ଆସିଥିବା ଜଣାପଡ଼ିଛି । ଏହି ଗସ୍ତ ଅବସରରେ ପିଆରଏମ୍ ଅଧ୍ୟକ୍ଷ ଡ. ରମାରମଣ ମହାନ୍ତି, ଅଧୀକ୍ଷକ ଡ. ବି ଏନ୍ ମହାପାତ୍ର, ଆନାଟୋମୀ ବିଭାଗ ମୁଖ୍ୟ ପ୍ରଫେସର୍  ରାମକୃଷ୍ଣ ସାହୁ, ଡ. ତ୍ରିବିକ୍ରମ ଦେବତା ପ୍ରମୁଖ ଏମ୍ସିଆଇ ଟିମ୍ ସହିିତ ସାମିଲ୍ ଥିଲେ ।   

 

0
0
0
s2sdefault