ହେଡଲାଇନସ୍:

ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ କୋରନା ସଂପର୍କିତ ସତର୍କତାମୂଳକ ପଦକ୍ଷେପ ଜାରି  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା: (ଦିଲ୍ଲୀପ ମହାନ୍ତି )-ସମ୍ପ୍ରତି ସମଗ୍ର ବିଶ୍ୱରେ ୧୦୦ରୁ ଉଦ୍ଧ୍ୱର୍ ଦେଶରେ କରୋନା ଭୂତାଣୁ (କୋଭିଡ୍ - ୨୦୧୯) ସଂକ୍ରମିତ ହୋଇଥିବା ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଏହାକୁ ଆନ୍ତର୍ଜାତୀୟ ଜରୁରୀ ସ୍ୱାସ୍ଥ୍ୟ ସଙ୍କଟ ଭାବେ ଘୋଷଣା କରାଯାଇଅଛି । ଏହାକୁ ଦୃଷ୍ଟିରେ ରଖି ଓଡିଶା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଓଡିଶା କୋଭିଡ୍ – ୨୦୧୯ ନିୟାମକ (ରେଗୁଲେସନ) ୨୦୨୦ ବଳରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାର ଜନସାଧାରଣଙ୍କ ଜରୁରୀ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ପ୍ରତିଷେଧ ମୂଳକ ସତର୍କତା ସ୍ୱରୂପ ବିଭିନ୍ନ ପଦକ୍ଷେପ ଜାରି କରାଯାଇଅଛି । ଯଥା କୌଣସି ସାମାଜିକ ଜନ ସମାଗମ, ଯାତ୍ରା, ମେଳା, ଅପେରା, ବାଣିଜି୍ୟକ ପ୍ରଦର୍ଶନି ଓ ଅନ୍ୟାନ୍ୟ ଉସôବ, ରାଜନୈତିକ ଶୋଭାଯାତ୍ରା / ଜନସମାଗମ ଆୟୋଜନକୁ ନିଷେଧ କରାଯାଇଅଛି । ସେହିପରି କଲ୍ୟାଣ ମଣ୍ଡପ ଗୁଡିକରେ ସରକାରୀ କିମ୍ବା ଘରୋଇ କାର୍ଯ୍ୟକ୍ରମକୁ ବାରଣ କରାଯାଇଅଛି । ପୂର୍ବନିର୍ଦ୍ଧାରିତ ସାମଜିକ ଆନୁଷ୍ଠାନିକ  କାର୍ଯ୍ୟକ୍ରମ ଯଥା-ବିବାହ, ଅନ୍ତେଷ୍ଟି କିୟାର ଆଦି ଆୟୋଜନ ନିମନ୍ତେ ଜିଲ୍ଲା ପ୍ରଶାସନ ଠାରୁ ଆବଶ୍ୟକୀୟ ଅନୁମତି ନେବାକୁ ପଡିବ ।

କୌଣସି ବ୍ୟକ୍ତି ବିଶେଷ ଜିଲ୍ଲାପାଳଙ୍କ ବିନା ଅନୁମୋଦନରେ କରୋନା ଭାଇରସ୍ କୋଭିଡ-୨୦୧୯ ସଂପର୍କିତ ଲିଫଲେଟ୍  କିମ୍ବା ଅନ୍ୟାନ୍ୟ ଲିଖିନୀ (ପ୍ରଚାର ପତ୍ର) ବଣ୍ଟନ କରାଯାଇ ପାରିବ ନାହିଁ । ଜିଲ୍ଲାପାଳଙ୍କ ଅନୁମତି ବିନା କୌଣସି ବ୍ୟକ୍ତି ବିଶେଷ, ଅନୁଷ୍ଠାନ / ସଂଗଠନ/ କୋରନା ସଂର୍ପକୀତ ମୁଦ୍ରଣ, ବୈଦ୍ୟୁତିକ ଏବଂ ସାମାଜିକ ଗଣମାଧ୍ୟମରେ ପ୍ରକାସନ ଓ ପ୍ରସାରଣ କରାଯାଇ ପାରିବନାହିଁ । ସେହିପରି ହୋଟେଲ୍ / ଲଜ୍ କତୃପକ୍ଷ ସେମାନଙ୍କ ହୋଟେଲ୍ / ଲଜ୍କୁ ଆସୁଥିବା ପ୍ରତ୍ୟେକ ଅତିଥି ବା ପର୍ଯ୍ୟଟକ ମାନଙ୍କ ବିଗତ ୧୪ ଦିନର ଯାତ୍ରା ବିବରଣୀ ବାବଦରେ ସବିଶେଷ ତଥ୍ୟ ରଖିବା ସଙ୍ଗେ ସଙ୍ଗେ ବିଦେଶରୁ ଆସୁଥିବା ଅତିଥିଙ୍କ ଆଇସୋଲେସନରେ ରଖି ଏ ସମ୍ବନ୍ଧରେ ଜିଲ୍ଲା ପ୍ରଶାସନଙ୍କୁ ତୁରନ୍ତ ଅବଗତ କରାଇବେ । ଜିଲ୍ଲାରେ ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡିକ ଦର୍ଶକଙ୍କ ପାଇଁ ବନ୍ଦ ରଖାଗଲା । ଉକ୍ତ ସମସ୍ତ କଟକଣା ଅନ୍ୟାଦେଶ ପର୍ଯ୍ୟନ୍ତ ଜିଲ୍ଲାରେ ବଳବତ୍ତର ରହିବବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ପ୍ରେସ ଇସ୍ତାହାର ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।   

0
0
0
s2sdefault