ହେଡଲାଇନସ୍:

କରୋନା ଭାଇରସକୁ ନେଇ ଜିଲ୍ଳାପାଳ ଜାରୀ କଲେ ୧୪୪ ଧାରା : ପୋଲିସ ଓ ପ୍ରଶାସନିକ ଅଧିକାରୀ ବୁଲି ବୁଲି ଲୋକଙ୍କୁ କରାଇଲେ ସଚେତନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନା ଭାଇରସ ପ୍ରତି ଲୋକଙ୍କୁ ସଚେତନତା କରାଇବା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ ଜିଲ୍ଲାପାଳ ଜିଲ୍ଲାରେ ୧୪୪ ଧାରା ଜାରି କରିଛନ୍ତି । ଏଥିରେ  ୫ ଜଣଙ୍କୁ ଛାଡିଦେଲେ ତା ଠାରୁ ଅଧିକ ସଂଖ୍ୟକ ଏକାଠି ରହିବା ନିଷେଧ । ଏତତବ୍ୟତୀତ ବରଯାତ୍ରୀ , ସଭା ସମିତି,ସ୍କୁଲ କଲେଜ  , ପାର୍କ , ମନୋରଞ୍ଜନ ସ୍ଥଳ , କୋଚିଙ୍ଗ , ଟୁଇସନ ବଡ ଦୋକାନ , ସପିଙ୍ଗ ମାଲ ପ୍ରଭୃତି ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

   ଅନ୍ୟ ପକ୍ଷରେ , ଜିଲ୍ଲା ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବସ ଷ୍ଟାଣ୍ଡ ଓ ଅନ୍ୟାନ୍ୟ ସ୍ଥାନ ବୁଲି ବୁଲି ଲୋକଙ୍କୁ କରନା ଭାଇରସ ଓ  ୧୪୪ ଧାରା ଉପରେ ଲୋକଙ୍କୁ ସଚେତନ କରାଇଥିଲେ । 

 ଏହି ସଚେତନତା କାର୍ଯ୍ୟକ୍ରମରେ ଥନାଧିକାରୀ ବିବେକା ନନ୍ଦ ସ୍ବାଇଁ ଓ  ପୋଲିସ ବାହିନୀ ଏବଂ ଉପ-ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଓ ତହସିଲଦାର ଅଚ୍ୟୁତା ନନ୍ଦ  ଯାନୀଙ୍କ ସମେତ ବହୁ ଅଧିକାରୀ  କର୍ମଚାରୀ ସାମିଲ ଥିଲେ   

0
0
0
s2sdefault