ହେଡଲାଇନସ୍:

ମନ୍ଦିରରେ କରୋନା ପ୍ରଭାଭ : ଶ୍ରଦ୍ଧାଳୁଙ୍କର ଭିିଡ କମିଲା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ଶ୍ରୀରଘୁନାଥ ଜିଉଙ୍କ ମନ୍ଦିରେ ଆଜି ଅପରାହ୍ନ ଆଳତୀ ସମୟରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି । ସବୁଦିନ ପରି ଆଜି ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ପହଂଚିନଥିବା ବେଳେ ଉପସ୍ଥିତ ଅଳ୍ପ ସଂଖ୍ୟକ ଶ୍ରଦ୍ଧାଳୁ ମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ  ଆବଶ୍ୟକ ଦୁରତା ମଧ୍ୟରେ ରହି ଠାକୁର ଦର୍ଶନ କରିଥିଲେ । ସେହିପରି ଦୁତିକେଶ୍ୱର ପୀଠ ସହିତ ଅନ୍ୟାନ୍ୟ ସମସ୍ତ ମନ୍ଦିର ମାନଙ୍କରେ ଦର୍ଶନାର୍ଥୀମାନଙ୍କ ସଂଖ୍ୟା ନଗଣ୍ୟ ରହିଥିଲା । ପ୍ରଶାସନ ତରଫରୁ ଓଡ଼ଗାଁ ଏନଏସି ସହିତ ଗ୍ରାମପଂଚାୟତ ଗୁଡିକରେ କରୋନାର ଭୟାବହତା ଏବଂ ତାକୁ କିପରି ପ୍ରତିରୋଧ କରାଯାଇ ପାରିବ ସେ ସମ୍ପର୍କରେ ସଚେତନ ବ୍ୟବସ୍ଥା କରିଥିଲେ ମଧ୍ୟ ଗ୍ରାମ ପଂଚାୟତ ସ୍ତରରେ ସଚେତନତା ସୃଷ୍ଟି ପାଇଁ ପ୍ରଶାସନ ଅଧିକ ଯତ୍ନବାନ ହେବା ଜରୁରୀ ହୋଇପଡିଛି । ଅଟୋମାଧ୍ୟମରେ ପ୍ରଚାର କରାଯାଉଥିଲେ ମଧ୍ୟ ତାହା ସ୍ପଷ୍ଟ ଶୁଭୁ ନଥିବାରୁ ଗ୍ରାମାଂଚଳର ସାଧାରଣ ଜନତାଙ୍କର ବୁଝିବାରେ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି । ଏହା ସହିତ ଆଇନଗତ ଭାବେ କଣ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ଜନସାଧାରଣ ଜାଣିଲେ ସଚେତନତା ଅଧିକ ଫଳପ୍ରଦ ହୋଇପାରିବ । 

 

 

0
0
0
s2sdefault