ହେଡଲାଇନସ୍:

ନଦୀରେ ଭାସୁଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଶୌଚ ହେବାକୁ ଯାଇ ବୁଡ଼ି ଯାଇଥିବା ସନ୍ଦେହ।

ବଡ଼ବିଲ (ଶାସକ ପ୍ରଶାସକ): ବଡ଼ବିଲ କାରୋ ନଦୀରୁ ଭାସୁଥିବା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ଚଟେଇ ହଟିଂ ଅଂଚଳର ଦାଉଦ୍ ନାଗ । ମଂଗଳବାର ସକାଳ ପ୍ରାୟ ୭ଟା ସମୟରେ ଯୁବକ ଜଣକ ଶୌଚ ହେବା ପାଇଁ କାରୋ ନଦୀକୁ ଯାଇଥିଲେ । ଅପରାହ୍ନ ପର୍ଯ୍ୟନ୍ତ ସେ ଘରକୁ ଫେରି ନ ଥିବା ବେଳେ, ତାଙ୍କର ମୃତଦେହ ନଦୀରେ ଭାସୁଥିବାର ଦେଖିବାକୁ ମିଳିଥିଲା।  ତେବେ ଶୌଚ ହେବାକୁ ଯାଇ ଯୁବକ ଜଣକ ନଦୀରେ ବୁଡ଼ି ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି। ବଡ଼ବିଲ ପୋଲିସ ମୃତଦେହକୁ ଜବତ୍ କରି ଅଧିକ ତଦନ୍ତ ଜାରି ରଖିଛି।

0
0
0
s2sdefault