ହେଡଲାଇନସ୍:

ବଜାରରେ ସାଇନବୋର୍ଡ଼ : "କରୋନା ଭାଇରସ ପ୍ରତିଷେଧକ ଔଷଧ ମିଳେ" 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ମହାମାରୀ କରୋନାର ଚିକିତ୍ସା ନେଇ ସମ୍ବଲପୁର ସହରରେ ଦେଖିବାକୁ ମିଳିଛି କରୋନା ଭାଇରସ ପ୍ରତିଷେଧକ ଔଷଧ ମିଳେ ଲେଖା ଥିବା ବୋର୍ଡ଼ l ସହର ପୀରବାବା ଛକରେ ଥିବା  ଆଡ଼ଭାନ୍ସ ହୋମିଓ ମେଡିକାଲ ଷ୍ଟୋରରେ ଏହି  କରୋନା ପ୍ରତିଷେଧକ ଔଷଧ ମିଳୁଥିବା ବୋର୍ଡ ଦେଖିବାକୁ ମିଳିଛି l   କରୋନା ଭୁତାଣୁ  ପାଇଁ ଭୟଭୀତ ହେବାର ନାହିଁ l ହୋମିଓପାଥିରେ ଏହାର ଚିକିତ୍ସା ସମ୍ଭବ l ପ୍ରତିଷେଧକ ପାଇଁ ହୋମିଓପାଥି ଔଷଧ ବ୍ୟବହାର ଉପରେ ପରାମର୍ଶ ଦିଅନ୍ତି  ଡାକ୍ତର ଏସ.କେ.ଦେହେରି l ସମଗ୍ର ବିଶ୍ୱରେ କରୋନା ସଂକ୍ରମଣ ଏକ ସମ୍ବେଦନ ଓ ସ୍ୱର୍ଶକାତର ବିପଦ ହୋଇ ଠିଆ ହୋଇଛି l

          କେନ୍ଦ୍ର ସରକାରଙ୍କ ସହ ଓଡିଶା ସରକାର ମଧ୍ୟ ଏହାକୁ ଜାତୀୟ ବିପତ୍ତି ଘୋଷଣା କରିଛନ୍ତି । ଅନ୍ୟ ପକ୍ଷରେ କରୋନା ପାଇଁ କୌଣସି ଔଷଧକୁ  ଏଯାଏଁ  ଗବେଷଣାତ୍ମକ ସ୍ୱିକୃତି ମିଳିନି l ତେବେ, ଏହା କେତେ ଫଳପ୍ରଦ ଆମେ ନିଶ୍ଚିତ କରୁନାହୁଁ l ମାତ୍ର, ହାତ ମୁହଁ, ନାକ  ସଫା ରଖିବା, ଥଣ୍ଡା, କାଶ ଆଦି ଲକ୍ଷଣ ବ୍ୟକ୍ତି ଙ୍କ ଠାରୁ ଦୁରେଇ ରହିବା ସହ ଆବଶ୍ୟକ ସ୍ଥଳେ  ଡାକ୍ତରଙ୍କ ପରାମର୍ଶ ଏକାନ୍ତ ବାଞ୍ଛନୀୟ l

0
0
0
s2sdefault