ହେଡଲାଇନସ୍:

ଆହାର କେନ୍ଦ୍ର : ଭିଡ କମାଅ, ଅବଧି ବଢାଅ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜିଲ୍ଲାପାଳ, ମୁନିସିପାଲ କମିଶନର ଓ ପୌରସଂସ୍ଥା ନିର୍ବାହୀ ଅଧିକାରୀମାନଙ୍କୁ ଜାରି କଲେ  ମାର୍ଗଦର୍ଶିକା 

ଭୁବନେଶ୍ୱର (ଶାସକ ପ୍ରଶାସକ) କୋବିଦ ଯନ୍ତ୍ରଣା ସମୟରେ ଆହାରକେନ୍ଦ୍ରକୁ ଲୋକଙ୍କୁ ପାଇଁ ସୁରକ୍ଷିତ ରଖିବା ସକାଶେ ପଦକ୍ଷେପ ନେଇଛି ନଗର ଉନ୍ନୟନ ବିଭାଗ | ଆହାରକେନ୍ଦ୍ରର ଭିଡକୁ ପରିଚାଳନା କରିବା ତଥା ଲୋକଙ୍କୁ ଖାଇବା ନିଶ୍ଚିତ କରାଇବା ପାଇଁ ବଢ଼ାଯାଇଛି ଆହାର ଉପଲବ୍ଧ ସମୟସୀମା | ଆଜି ଏହି ମର୍ମରେ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ସବୁ ଜିଲ୍ଲାପାଳ , ମୁନିସିପାଲ କମିଶନର ଓ ପୌରସଂସ୍ଥା ନିର୍ବାହୀ ଅଧିକାରୀମାନଙ୍କୁ ଜାରି କରିଛନ୍ତି ମାର୍ଗଦର୍ଶିକା ତଥା ନିର୍ଦ୍ଦେଶନାମା |

ଏଥିରେ ଉଲ୍ଲେଖ ରହିଛି ଯେ,  ଆହାର କେନ୍ଦ୍ରରେ ଭିଡ କମାଇବା ସହ ସମତଙ୍କ ଆହାର ଉପଲବ୍ଧ କରାଇବା ପାଇଁ ଆହାର ବଣ୍ଟନ  ସମୟ ବଢିବ ଅପରାହ୍ନ ୪ଟା ଯାଏ | ଆହାର କେନ୍ଦ୍ରରେ ଲୋକ ଧାଡି କୁ ଟିକେ ଖୋଲା କରାଯିବ, ପ୍ରତି ଲୋକ ଦେଢ଼ ମିଟର ଦୂରରେ ଠିଆ ହେବେ | ଧାଡି ଓ ଭିଡକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ଅବା ହୋମଗାର୍ଡ ସହାୟତା ନିଆଯାଇପାରିବ | ଆଜାରକେନ୍ଦ୍ରର ପ୍ରବେଶ ପଟକୁ  ହାତଧୂଆ ବ୍ୟବସ୍ଥା ଉପଲବ୍ଧ କାରାଯିବ | ଆହାର ପାଇଁ ଧାଡି ଲଗାଇବା ପୂର୍ବରୁ ସମସ୍ତେ ହାତ ଭଲଭାବେ ଧୋଇବା ପରେ ଯାଇ ଧାଡିରେ ଠିଆ ହେବେ | ଆହାର ଖାଇସାରିବା ପରେ ସେ ହଲର ଭିଡ କାମଆଇବ ପାଇଁ  ବାହାରେ ଆଦି ହାତ ଧୋଇବେ | ଆବଶ୍ୟକ ସ୍ଥଳେ ଭିଡକୁ କମାଇବା ପାଇଁ ଲୋକମାନେ ଆହାର ଥାଳି ନେଇ ବାହାରେ ଆସି ଖାଇ ପାରିବେ | ଫିଜିକାଲ କଣ୍ଟାକଟକୁ କମ କରିବା ପାଇଁ  ଆହାର ବାବଦ ଦେୟକୁ ଲୋକମାନେ କୁପନ କେନ୍ଦ୍ର ଠାରେ ଗୋଟାଏ ବାକ୍ସରେ ପକାଇବେ | କୁପନ ଗୁଡିକୁ ବାରମ୍ବାର ସାନିଟାଈଜ କରାଯିବ | ହଲ ଭିତର ଭିଡ କମାଇବା ପାଇଁ ବାହାରେ ପାନୀୟଜଳ ବ୍ୟବସ୍ଥା କରାଯିବ | ଆହାର କେନ୍ଦ୍ରର ସ୍ୱଚ୍ଛତା ଆଉ ସାନିଟାଇଯେସନକୁ କଡାକଡି ଭାବେ ପାଳନ କରିବା ପାଇଁ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି ମାଥିଭାଥନନ ନିର୍ଦ୍ଦେଶ ଦେଇଛନ୍ତି |  

0
0
0
s2sdefault