ହେଡଲାଇନସ୍:

ଭାଇରାଲ ହେଲା ଅରୁଣଙ୍କ ଭିଡିଓ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଲୋକଙ୍କ ପାଖରେ ପହଂଚାଇଲେ କରୋନା ସଚେତନତାର ବାର୍ତ୍ତା 

ଭୁବନେଶ୍ବର(ଶାସକ ପ୍ରଶାସକ): କରୋନା ଭୁତାଣୁ ଆତଙ୍କରେ ସମଗ୍ର ବିଶ୍ୱ ଭୀତତ୍ରସ୍ତ | ଗଲାଣି ଅନେକ ଜୀବନ | ସାମାଜିକ, ସାଂସ୍କୃତିକ ଆଉ ଆର୍ଥିକ ଦିଗରୁ ସମସ୍ତ ଦେଶ କ୍ଷତିଗ୍ରସ୍ତ | ଭାରତ ସରକାର ଆଲର୍ଟ | ଆଉ ସବୁଠାରୁ ଅଧିକ ଆଲର୍ଟ ହୋଇପଡିଛନ୍ତି ଓଡିଶା ସରକାର, ଓଡିଶାବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ | ଗ୍ରହଣ କରିଛନ୍ତି ବ୍ୟାପକ ସତର୍କତା ମୂଳକ ପଦକ୍ଷେପ | ଆଉ ଓଡ଼ିଶାରେ ଜଣାପଡିଛି ପ୍ରଥମ କରୋନା ରୋଗୀ | ସରକାର ଠିକଣା ସମୟରେ ଆଲର୍ଟ ହୋଇନଥିଲେ ବୋଧ ହୁଏ ସେହି କରୋନା ରୋଗୀଙ୍କ ଉପସ୍ଥିତି ସମାଜରେ ଆଉ କେତେଲୋକଙ୍କୁ ଯେ କରୋନା ସଂକ୍ରମିତ କରିଥାନ୍ତା ତାହା କହିବା ସମ୍ଭବ ନଥିଲା |  ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିବା ସହ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ସଚେତନତାର ବାର୍ତା |  ମୁଖ୍ୟମନ୍ତ୍ରୀ ବିଧାନ ସଭା ବନ୍ଦ କରି ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍ତି ନିଜକୁ ସୁରକ୍ଷିତ ରଖିବା ସହ ନିଜ  ନିର୍ବଚନମଣ୍ଡଳୀ ଲୋକଙ୍କୁ ସଚେତନ କରି ତାଙ୍କ ସହ ଏ ତିରୋଟ ସମୟରେ ସାଥ ଦେବା ପାଇଁ | ଆଉ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାଳବିଳମ୍ବ ନକରି ଲୋକଙ୍କୁ ସଚେତନ କରିବା ପାଇଁ ଅଂଟାଭିଡି ବାହାରିଛନ୍ତି କୃଷି, କୃଷକ ସଶକ୍ତିକରଣ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ | ମନ୍ତ୍ରୀ ଭାବେ ନିଜର ପ୍ରୋଆକ୍ଟିଭ ପଦକ୍ଷେପ ଦ୍ୱାରା ନିଜ ଅଧିନସ୍ଥ ବିଭାଗକୁ ଚଳଚଂଚଳ କରି ପାରିଥିବା ତଥା ଲୋକଙ୍କ ପାଖରେ, ଲୋକଙ୍କୁ ସୁଖ ଦୁଃଖରେ ସବୁବେଳେ ପାଖରେ ରହି ଆସୁଥିବା ମନ୍ତ୍ରୀ ଓରଫ ନୟାଗଡ ବିଧାୟକ ଅରୁଣ ଲୋକଙ୍କୁ ସଚେତନ କରି ସତର୍କ ରହିବା ପାଇଁ ଜାରି କରିଛନ୍ତି ଏକ ଭିଡିଓ | ବର୍ତ୍ତମାନ  ସବୁ ଲୋକଙ୍କ ପାଖକୁ ଯାଇ ସଚେତନ କରିବା ସମ୍ଭବ ନଥିବା ବେଳେ ଆଉ ଲୋକଙ୍କୁ ପାଖରେ ସେ ସଚେତନତା ଧର୍ମୀ ଭିଡିଓ ଟିକୁ ଜାରି କରିଛନ୍ତି ସୋସିଆଲ ମିଡ଼ିଆରେ ରାଜ୍ୟର ପ୍ରଥମ ବିଧାୟକ ଭାବେ | ଲୋକଙ୍କୁ ବୁଝାଇଇଛନ୍ତି କଣ କରିବା କଣ ନକରିବା | ଟିକିଏ ସତର୍କ ଆଉ ସଚେତନ ଏଇ ବିପତ୍ତିକୁ ମୁକାବିଲା କରିପାରିବା ବୋଲି କହିବା ସହ ଆତଙ୍କିତ ନହେବା ପାଇଁ ଅନୁରୋଧ କରିଛନ୍ତି ମନ୍ତ୍ରୀ ଡ଼ ସାହୁ |  ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଓ  ସରକାରଙ୍କ ଦ୍ବାରା ଜାରି କରାଯାଉଥିବା ଦିର୍ଦ୍ଦେଶାବଳୀକୁ ମାନିବା ପାଇଁ ଲୋକଙ୍କୁ କରିଛନ୍ତି ଅନୁରୋଧ । ଏହା ସହିତ  ସମସ୍ତ ନିର୍ବାଚିତ ପ୍ରତିନିଧି ଓ ସାମାଜିକ ସଙ୍ଗଠନ ମାନେ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ପରାମର୍ଶ ଦେଇଛନ୍ତି । ଲୋକଙ୍କୁ ଉଦ୍ଦେଶ୍ୟରେ ଆଉ କି କି ଗୁରୁତ୍ୱପୂର୍ଣ କଥା କହିଛନ୍ତି ଡ଼ ଅରୁଣ ଆସନ୍ତୁ ଶୁଣିବା | 

0
0
0
s2sdefault