ହେଡଲାଇନସ୍:

କରୋନା ସତର୍କତା: ବନ୍ଦ ହେଲା ମଲ୍, ଜିମ୍ ସେଣ୍ଟର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ): କରୋନା ସତର୍କତା ନିମନ୍ତେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ମୂଳେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରାଯାଇଛି ।  ଜିଲ୍ଲାପାଳଙ୍କ ନିର୍ଦ୍ଦେଶ  କ୍ରମେ ଭଦ୍ରକ ସହରରେ ଥିବା ସମସ୍ତ ସପିଙ୍ଗ୍ ମଲ୍, ଜିମ୍ ସେଣ୍ଟର, ପ୍ରାଇଭେଟ କୋଚିଂ ସେଣ୍ଟର, ସମସ୍ତ ସରାକରୀ ବେସରକାରୀ ସ୍କୁଲର ପରୀକ୍ଷା ଆଦିକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି । ଏତଦ୍ବ୍ୟତୀତ ସହରରେ ଅଧିକ ସଂଖ୍ୟାରେ ଏକତ୍ରିତ ନ ହେବା ପାଇଁ ଜନ ସାଧାରଣଙ୍କୁ ମାଇକ୍ ଯୋଗେ ପ୍ରଚାର କରି ସତର୍କ କରାଯାଇଛି । କୌଣସି ବ୍ୟକ୍ତି ଜ୍ୱର, କାଶ ଅନୁଭବ କରୁଥିଲେ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ପରାମର୍ଶ କରିବାକୁ ଅନୁରୋଧ କରାଯାଇଛି । ଆବଶ୍ୟକ ନ ଥିଲେ ବାହାରକୁ ନ ଯିବା, ଏକତ୍ରିତ ହେବା ସମୟରେ  ପରସ୍ପର ଠାରୁ ଯଥେଷ୍ଟ ଦୂରତା ରକ୍ଷା କରିବାକୁ କୁହାଯାଇଛି । ଏହା ବ୍ୟତୀତ ଯଦି କୌଣସି ବ୍ୟକ୍ତି ରାଜ୍ୟ ବାହାରୁ ଆସୁଛନ୍ତି, ତେବେ ସେ ପ୍ରଥମେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବାକୁ କୁହାଯାଇଛି ।  

0
0
0
s2sdefault