ହେଡଲାଇନସ୍:

କୋରୋନା କୁ ରୋକିବାର ପ୍ରୟାସ, ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରରେ ମହାପ୍ରଭୁଙ୍କ ନୀତି ବ୍ୟତୀତ ଅନ୍ୟାନ୍ୟ ସବୁ କାର୍ଯ୍ୟ ବନ୍ଦ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆଗାମୀ 31 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା

ବରଗଡ :- ବର୍ତ୍ତମାନ ବିଶ୍ୱ ସାରା କୋରୋନା ଭୟ । କାରଣ ଏହି ଭୁତାଣୁ ର କୋଣସି ପରିଷେଧକ ବର୍ତ୍ତମାନ ସୁଦ୍ଧା ବାହାରି ନାହିଁ । ଏ ନେଇ ଆଜି ପୁରା ବିଶ୍ୱ ଚିନ୍ତିତ । କେନ୍ଦ୍ର ଓ ରାଜ୍ୟ ସରକାର ଜନ ସାଧାରଣ ଙ୍କୁ ସଚେତନ କରିବା ପାଇଁ ଅନେକ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ସହିତ ସ୍ଥାନୀୟ ପ୍ରଶାସନ ମଧ୍ୟ ଲୋକ ମାନଙ୍କର ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ଅନେକ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ଏହି କ୍ରମରେ ଆଜି ବରଗଡ଼ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଂଜନ ପ୍ରଧାନ ଙ୍କର ନିର୍ଦେଶ କ୍ରମେ ଆଜି ବରଗଡ଼ ADM ଶ୍ରୀ ମିରଧା ଟପ୍ପୋ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର କାର୍ଯଳୟ ରେ ମନ୍ଦିର ର ସମସ୍ତ ସେବାୟତ , ସ୍ଥାନୀୟ BDO , ତହସିଲଦାର, ଅତିରିକ୍ତ ତହସିଲଦାର ଙ୍କୁ ନେଇ ଏକ ବୈଠକ କରିଥିଲେ । ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ ଆସନ୍ତା କାଲି ଠାରୁ କେବଳ ମହାପ୍ରଭୁଙ୍କ ନୀତି ବ୍ୟତୀତ , ଅନ୍ୟାନ୍ୟ ସବୁ କାର୍ୟ୍ଯ କୁ ଯଥା , ମନ୍ଦିର ପରିସରରେ ବିବାହ , ବ୍ରତ , ଚୂଡ଼ାକରଣ , ଶ୍ରାଦ୍ଧ , ଭୋଗ ଇତ୍ୟାଦି ସମ୍ପୂର୍ଣ୍ଣ ଭାବରେ ଆସନ୍ତା 31 ତାରିଖ ପର୍ଯନ୍ତ ବନ୍ଦ ରହିବ । ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ଙ୍କର କହିବା ମୁତାବକ ମନ୍ଦିର ପ୍ରଶାସନ ଦ୍ୱାରା ଏଠାକୁ ଆସୁଥିବା ତୀର୍ଥ ଯାତ୍ରୀ ମାନଙ୍କର ସୁରକ୍ଷା ନିମନ୍ତେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ ।

0
0
0
s2sdefault