ଭୁବନେଶ୍ୱର(ଶାସକ ପ୍ରଶାସକ): ରାଜ୍ୟରେ କରୋନାର ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନ ଆସନ୍ତା ୨୪ ତାରିଖରେ ୨୦ ଟି ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ୨ଟି ଜିଲ୍ଲା ପରିଷଦ, ୬ଟି ସରପଞ୍ଚ, ୮ଟି ସମିତି ସଭ୍ୟ ଓ ୮୪ଟି ୱାର୍ଡମେମ୍ବର ପଦପାଇଁ ଉପନିର୍ବାଚନକୁ ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି |