ହେଡଲାଇନସ୍:

ବିଦେଶରୁ ଆସୁଛ ବା ଆସିଛ ଯଦି ପଞ୍ଜୀକରଣ ବାଧ୍ୟତାମୂଳକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

‘ଆପଣଙ୍କ ପଦକ୍ଷେପ ଆପଣଙ୍କୁ ରକ୍ଷା କରିବ..ଆପଣଙ୍କ ପରିବାର..ଆପଣଙ୍କ ପଡ଼ୋଶୀ ଏବଂ ରାଜ୍ୟକୁ ରକ୍ଷା କରିବ" 

ଭୁବନେଶ୍ୱର (ଶାସକ ପ୍ରଶାସକ)  କରୋନାକୁ ନେଇ ସମଗ୍ର ବିଶ୍ୱରେ ଏକ ଚିନ୍ତା ଉଦ୍ରେକକାରି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ ଦେଶରେ ଏହି ମାରାତ୍ମକ  ଭୂତାଣୁ ସଂକ୍ରମଣର ଆଶଙ୍କାକୁ ପ୍ରତିହତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି | ଅନେକ ଦେଶରେ ନିରାପତ୍ତା ଦୃଷ୍ଟିରୁ ସତର୍କତାମୂଳକ ପଦକ୍ଷେପ ଭାବେ  ସ୍କୁଲ, କଲେଜ ବନ୍ଦ ହେବା ସହିତ ଘରେ ରହି ଅଫିସ୍ କାର୍ଯ୍ୟ ସମ୍ପାଦନ କରିବା ପାଇଁ ପ୍ରଫେସନାଲ୍ ମାନଙ୍କୁ ପରାମର୍ଶ ଦିଆଯାଉଛି । ସମ୍ପ୍ରତି ଦେଖା ଦେଇଥିବା ତୀରଟା ସମୟର ମୁକାବିଲା କରିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ବ୍ୟାପକ ସତର୍କତା ଓ ସଚେତନତା ମୂଳକ ପଦକ୍ଷେପ ନିଆଯାଇଥିବା ବେଳେ ବିଦେଶରୁ ବହୁ ସଂଖ୍ୟାରେ ଲୋକ ଓଡ଼ିଶାକୁ ଫେରି ଆସିବାର ସମ୍ଭାବନା ଦୃଷ୍ଟିରେ ରଖି  ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିଷେଧକ ବ୍ୟବସ୍ଥା ମୂଳକ ଭାବେ ବିଦେଶ ଫେରନ୍ତା ବ୍ୟକ୍ତିଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି | କାରଣ ବିଦେଶରୁ ଆସୁଥିବା ଲୋକଙ୍କ ଶରୀରରେ ହିଁ ଏହି ଭୁତାଣୁ ଆସିବା ଆଶଙ୍କା ଅଧିକ |

ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ  ବିଦେଶରୁ ଫେରୁଥିବା ବ୍ୟକ୍ତିମାନେ ବିଦେଶରୁ ଆସିବାର ୨୪ ଘଣ୍ଟା ପୂର୍ବରୁ ଅବା  ଆସିବାର ୨୪ ଘଣ୍ଟା ମଧ୍ୟରେ ହିଁ ଏହି ପଞ୍ଜିକରଣ କରିବେ । ନିଃଶୁଳ୍କ ନମ୍ବର ୧୦୪କୁ ଫୋନ୍କକୁ ଡାଏଲ କରି ଅବା  ଅନଲାଇନ୍ ପୋର୍ଟାଲ୍ htpp://covid19.odisha.gov.in ରେ ମାଧ୍ୟମରେ ସେମାନେ ପଞ୍ଜିକରଣ କରିପାରିବେ | ବିଦେଶରୁ ଫେରୁଥିବା ବ୍ୟକ୍ତିମାନେ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି  । ‘ଆପଣଙ୍କ ପଦକ୍ଷେପ ଆପଣଙ୍କୁ ରକ୍ଷା କରିବ..ଆପଣଙ୍କ ପରିବାର..ଆପଣଙ୍କ ପଡ଼ୋଶୀ ଏବଂ ରାଜ୍ୟକୁ ରକ୍ଷା କରିବ" ବୋଲି ରାଜ୍ୟ ସରକାର କରିଛନ୍ତି ନିବେଦନ | ସେମାନେ  ମଙ୍ଗଳବାର ସକାଳ ୬ଟାରୁ ୧୯ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ୍ କରିପାରିବେ । ମାର୍ଚ୍ଚ ୪ ପରେ ଯେଉଁମାନେ ବିଦେଶରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି , ସେମାନେ  ୪୮ ଘଣ୍ଟା ମଧ୍ୟରେ ପଞ୍ଜିକରଣ କରିବା ବାଧ୍ୟତାମୂଳକ  । ଯାହାକି ସରକାରକୁ ପଦକ୍ଷେପ ନେବା ପାଇଁ ସହାୟକ ହେବ |  ସୂଚନା ଆଧାରରେ ଆବଶ୍ୟକତା ଅନୁଯାୟୀ  ଚାହିଁ ନିଜ ଘରେ ବା ହସ୍ପିଟାଲରେ ସରକାରଙ୍କ ପକ୍ଷରୁ ସେମାନଙ୍କ  ଚିକିତ୍ସା ବ୍ୟବସ୍ଥା ହେବ । ରେଜିଷ୍ଟ୍ରେସନ୍ ଏବଂ ଘରୋଇ ଆଇସୋଲେସନ୍ ବ୍ୟବସ୍ଥା ପାଇଁ ସରକାରଙ୍କ ପକ୍ଷରୁ ୧୫,୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଥିବା ଆଜି ଜାରି ଏକ ନିର୍ଦ୍ଦେଶନାମା ରେ ଦର୍ଶାଯାଇଛି | ଏହି ନିୟମ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ବଳବତ୍ତର ରହିବାକୁ ଥିବା ବେଳେ ପରିସ୍ଥିତିକୁ ଅନୁଧ୍ୟାନ କରି ସରକାର  ପରବର୍ତ୍ତୀ ପଦକ୍ଷେପ ନେବେ । ସରକାରଙ୍କ ଏହି ଆଦେଶକୁ ଅବମାନନା କଲେ  ଆଇପିସି ଏବଂ ସିଆରପିସି ଅନ୍ତର୍ଗତ କାଠଟି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଚେତାଇ ଦିଆଯାଇଛି | 

 

0
0
0
s2sdefault