ହେଡଲାଇନସ୍:

ଜାଲ ଟ୍ରାନଜିଟ ପାସ  ରାକେଟକୁ ଧରିଲା ପୋଲିସ : ଲିଜଧାରୀଙ୍କ ସମେତ ୪ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଡ଼ବିଲ (ଶାସକ ପ୍ରଶାସକ) : ଜାଲ ଟ୍ରାନଜିଟ ପାସ ଦ୍ୱାରା ଟ୍ରକରେ ବାଲି ପରିବହନ କରୁଥିବା ଏକ ରାକେଟକୁ ବଡ଼ବିଲ ପୋଲିସ ଧରିବାରେ ସକ୍ଷମ ହୋଇଛି। ଘଟଣାରୁ ପ୍ରକାଶ ଯେ ବାଲି ବୋଝେଇ ଏକ ହାଇବା ଟ୍ରକ ଓଡ଼ି୦୪ଏଲ ୪୭୯୬କୁ ଗତକାଲି ଦିନ ଦଶଟା ସମୟରେ କିରିବୁରୁ ଛକ ନିକଟରେ ବଡ଼ବିଲ ଏସଡିପିଓ ସତ୍ୟବିକାଶ ଭୂୟାଁ ଯାଞ୍ଚ କରିବା ସମୟରେ ଏହି ଟ୍ରକର କାଗଜପତ୍ର ନକଲି ହୋଇଥିବା  ସନ୍ଦେହ କରିଥିଲେ। ଏହି ଟ୍ରକର ଟ୍ରାନଜିଟ ପାସ ପୂର୍ବରୁ ବ୍ୟବହାର ହୋଇଥିବା ଜଣା ପଡିଥିଲା। ତେବେ ଏହି ପାସରେ ଏକ ସ୍ୱତନ୍ତ୍ର ଧରଣର କାଳିର ବ୍ୟବହାର କରାଯାଇଥିଲା ଯାହାକି ପରବର୍ତ୍ତୀ ସମୟରେ ଲିଭା ଯାଇପାରିବ। ଅଧିକ ତଦନ୍ତ ପରେ ପୋଲିସ ଏହି ରାକେଟରେ ସମ୍ପୃକ୍ତ ବାଲି ଖାଦାନ ଲିଜଧାରୀ ସୁନ୍ଦରଗଡ ଜିଲ୍ଲା ଟୁମକେଲା ଅଞ୍ଚଳର ଦୀପକ ଜିତଙ୍କ ସମେତ ଶ୍ରୀକାନ୍ତ ବାରିକ, ପ୍ରେମଜିତ ଯାଦବ ଓ ସୁରଜ ଦେବ ସିଂହଙ୍କୁ ଗିରଫ କରି କୋର୍ଟକୁ ଫରୱାର୍ଡ କରିଥିବା ଜଣାପଡିଛି। ସମ୍ପୃକ୍ତ ହାଇବା ଟ୍ରକକୁ ପୋଲିସ ଜବତ କରିଥିବା ବେଳେ ଏଥିରେ ୨୫ ଟନ ବାଲି ବୋଝେଇ ହୋଇଥିବାର ଜଣାପଡିଛି। ତେବେ ଟ୍ରାନଜିଟ ପାସରେ ବ୍ୟବହୃତ କାଳି ଏକ ମ୍ୟାଜିକ ଇଙ୍କ ଓ ଏହାକୁ ବ୍ୟବହାର କରି ଗୋଟିଏ ପାସରେ ଏକାଧିକ ବାର ବାଲି ଚାଲାଣ କରାଯାଉଥିବା ପୋଲିସ କହିଛି।

 

0
0
0
s2sdefault