ହେଡଲାଇନସ୍:

ନିଳାଦ୍ରୀର ନୂତନ କର୍ମକର୍ତ୍ତା ନିର୍ବାଚିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ବଡ଼ବିଲ (ଶାସକ ପ୍ରଶାସକ) :ବଡ଼ବିଲର ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ସଂଗଠନ ନିଳାଦ୍ରୀର ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି। ନିଳାଦ୍ରୀର ବରିଷ୍ଠ ସଦସ୍ୟ ତଥା ନିର୍ବାଚନ ଅଧିକାରୀ ବିଜୟ ମହାନ୍ତଙ୍କ ତତ୍ୱବଧାନରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତି ଭାବେ ଶାନ୍ତନୁ କୁମାର ଦାଶ ନିର୍ବାଚିତ ହୋଇଥିଲା ବେଳେ ସମ୍ପାଦକ ଭାବେ କପିଳ ମହାନ୍ତି, ଉପସଭାପତି ତରଣୀ ସେନ ମହାପାତ୍ର, ସହ ସମ୍ପାଦକ ଚିତ୍ତରଞ୍ଜନ କର, କୋଷାଧକ୍ଷ କବିନ୍ଦ୍ର ରଥ, ପରିଚାଳନା ପରିଷଦ ସଭ୍ୟ ଭାବେ ବଳରାମ ମହାନ୍ତି ଓ କିଶୋର ସାହୁ ନିର୍ବାଚିତ ହୋଇଛନ୍ତି।  ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ନିଳାଦ୍ରୀର ବରିଷ୍ଠ ସଦସ୍ୟ ରାଜକିଶୋର ଦାଶ, ରମେଶ ମିଶ୍ର, ବିଶ୍ୱନାଥ ରଣା, ଶିଶିର ମହାନ୍ତି, ନିଗମାନନ୍ଦ ପ୍ରଧାନ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।

0
0
0
s2sdefault