ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : କରୋନା ଭୁତାଣୁର ସଂକ୍ରମଣ ରୋକିବା ପାଇଁ ଗଣ ମାଧ୍ୟମରେ ବହୁଳ ପ୍ରଚାର ପ୍ରସାର କରାଯାଉଛି | ରାଜ୍ୟ ସରକାର ବିଭିନ୍ନ ମାଧ୍ୟମରେ ଲୋକଙ୍କୁ ମାରାତ୍ମକ କରୋନା ବୁଝାଉଛନ୍ତି | ସମଗ୍ର ଗଣମାଧ୍ୟମ , ସାମାଜିକ ଗଣମାଧ୍ୟମ ଲାଗିପଡ଼ିହଛନ୍ତି, ସରକାର ପ୍ରଚାର ପ୍ରସାର ବା ସଚେତନତା ପାଇଁ ଗୋଟେ ଗୁରୁତ୍ୱପୂର୍ଣ୍ଣ କମିଟି ଗଠନ ବି କରିଛନ୍ତି | ହେଲେ ଭିଡ ଭିତରୁ ଅଲଗା ହୋଇ ରେଣୁବାଳା ବାଛି ନେଇଛନ୍ତି କରୋନା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଭିନ୍ନ ଏକ ପ୍ରଚାର ଶୈଳୀ | ରେଣୁବାଳା ରଣା | ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ କୋମଣ୍ଡ ପଂଚାୟତ ଛାମୁସାହିର ଆଶାକର୍ମୀ ରେଣୁବାଳା ରଣା | ରାଜ୍ୟ ସରକାରଙ୍କ କରୋନା ସମ୍ପର୍କରେ ବଡ ଘୋଷଣା ପରେ ନିଜ ଅଂଚଳର ଲୋକଙ୍କୁ ସଚେତନ କରିବା ପାଇଁ ରେଣୁବାଳା ବାହାରିପଡ଼ିଛନ୍ତି କାଳ ବିଳମ୍ବ ନକରି | ପାଦରେ ଚାଲି ଚାଲି ଘଂଟ ବାଡେଇ ଗାଁରୁ ଗାଁ ସାହିରୁ ସାହି ବୁଲିବୁଲି ସଚେତନତା ବାର୍ତା ବାଂଟିବା ଆରମ୍ଭ କରିଦେଇଥିଲେ। ସାବୁନ କିମ୍ବା ହାଣ୍ଡ ୱାସରେ ହାତ ମୁହଁ ଧୋାଇବା ପାଇଁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ । କୈାଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବହୁ ଜନସମାଗମ ନହେବା ପାଇଁ କହିବା ସହିତ ଥଣ୍ଡା ଜ୍ୱର ଲାଗି ରହିଲେ ତୁରନ୍ତ ଡାକ୍ତରଖାନା ଯାଇ ଚିକିତ୍ସା ହେବାକୁ ପରାମର୍ଶ ଦେଇଥିଲେ । ତାଙ୍କର ଏହି ଅଭିନବ ଶୈଳୀର ସଚେତନତା ସୃଷ୍ଟି ଉଦ୍ୟମକୁ ସ୍ଥାନୀୟ ଲୋକେ ଶୁଣିବା ସହିତ ତାଙ୍କୁ ପ୍ରଶଂସା କରିଥିଲେ ।
ରାଜ୍ୟ
ରେଣୁବାଳାଙ୍କ ନିଆରା ପ୍ରଚାର : ଗାଁ ଗାଁ ବୁଲି ଘଣ୍ଟା ବାଡେଇ କଲେ ସଚେତନ
- Hits: 853