ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ବ୍ଲକର ୧୮ଟି ପ୍ରାଥମିକ ବିଦ୍ୟାଳୟକୁ ଆସନ୍ତା ଶିକ୍ଷାବର୍ଷ ଠାରୁ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛନ୍ତି । ୨୦ରୁ କମ୍ ସଂଖ୍ୟକ ଛାତ୍ରାଛାତ୍ରୀ ଅଧ୍ୟୟନ କରୁଥିବା ଏହି ବିଦ୍ୟାଳୟ ଗୁଡିକହେଲା ଭୋବସର, କଦଳୀବନ୍ଧ , କୋମଣ୍ଡ ହରିଜନ ସାହି, ଗୁଣ୍ଡୁରିବାରୀ, କୁରାଢିଘଷା, ଜାମୁସାହି, ସାତପାଟିଆ, ପଂଚୁମୁ ତୋଟା ସାହି, କେ.ପଲ୍ଲୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଓ କଇଥପଲ୍ଲୀ, ବାଘୁଆ, ଡହଙ୍ଗୀ, ସାନ କୁଟୁଣି, ଜାମୁଝୋଲା, କଂଟାବଣିଆ, ଶରମରେଇ ସାହି ଓ ସାବିଦେଇପୁରୁ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରାଛାତ୍ରୀଙ୍କ ସଂଖ୍ୟା ନବଢିବାରୁ ଏଗୁଡିକୁ ବନ୍ଦ ନକରିବାକୁ ସରକାର ଘୋଷଣା କରିଛନ୍ତି । ତେବେ ବଣ ଜଙ୍ଗଲଘେରା ପାହାଡିଆ ଅଗମ୍ୟ ସ୍ଥାନରେ ଥିବା ବିଦ୍ୟାଳୟ ଗୁଡିକ ବନ୍ଦ ହୋଇଗଲେ ସେଠାରେ ପାଠ ପଢୁଥିବା ଛାତ୍ରାଛାତ୍ରୀଙ୍କ ପାଠରେ ଡୋର ବନ୍ଦା ହେବ ବୋଲି ଆଶଂକା ପ୍ରକାଶ ପାଇଛି । ତେବେ ଶିକ୍ଷା ବିଭାଗ ଏଭଳି ପଦକ୍ଷେପ ନେବା ପୁର୍ବରୁ ଅନ୍ୟାନ୍ୟ ପାରିପାର୍ଶ୍ଵିକ ସ୍ଥିତି ସମ୍ପର୍କରେ ଧ୍ୟାନ ଦେବା ଆବଶ୍ୟକ ଥିଲା ବୋଲି ବହୁ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମତପ୍ରକାଶ କରିଛନ୍ତି ।
ରାଜ୍ୟ
ଓଡ଼ଗାଁ ବ୍ଲକର ୧୮ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦହେବ
- Hits: 407