ହେଡଲାଇନସ୍:

ମଣିଷ ପଣିଆ ଦେଖାଇଲେ ଲତିକା, ଦୁର୍ଘଟଣାରେ ଆହତଙ୍କୁ ବଢ଼ାଇଲେ ସହାୟତାର ହାତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ): ମଣିଷ ପଣିଆ ଦେଖାଇଲେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ନିଜ ନିର୍ବାଚନ ମଣ୍ଡଳୀର ଜଣେ ବ୍ୟକ୍ତିଙ୍କୁ ବଢ଼ାଇଛନ୍ତି ସହାୟତାର ହାତ । 

ସୂଚନାଯୋଗ୍ୟଯେ, କବିସୂର୍ଯ୍ୟନଗର ଅଞ୍ଚଳର ଗଣେଶ ଡାକୁଆ ଏକ ଦୁର୍ଘଟଣାର ଗୁରୁତର ଭାବେ ଆହତ ହୋଇଥିଲେ ।  ସେ ସମ୍ପ୍ରତି  ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି | ଏ ଖବର ପାଇବାମାତ୍ରେ  ବିଧାୟିକା ଲତିକା ପ୍ରଧାନ ତାଙ୍କୁ ହସ୍ପିଟାଲରେ ଯାଇ ସାକ୍ଷାତ କରି ତାଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିଥିଲେ ଓ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ତାଙ୍କୁ ତତ୍କାଳ ବ୍ୟକ୍ତିଗତ  ଆର୍ଥିକ ସାହାଯ୍ୟ ଯୋଗାଇଦେବା ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇଦେଇଛନ୍ତି |

0
0
0
s2sdefault