ହେଡଲାଇନସ୍:

ଥମିଗଲା ଜୀବନ ସଂଗୀତ, ବାହୁଡ଼ିଗଲେ ବାଚ୍ଚୁଦା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଓଡିଆ ସିନେଜଗତର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀ ହୃଦଘାତରେ ମୃତ

ବାରିପଦା(ଦିଲ୍ଲୀପ ମହାନ୍ତି )-  ଓଡ଼ିଆ ଚଳଚ୍ଚିତ୍ର ଜଗତର ସଙ୍ଗୀତ ନିର୍ଦ୍ଦେଶକ ବାଚ୍ଚୁଦା ଆଉ ନାହାନ୍ତି । ମଧୁମେହ ରୋଗରେ ପୀଡିତ ହୋଇ ୬୪ ବର୍ଷ ବୟସରେ  ଆଜି ଅପରାହ୍ନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ଅପରାହ୍ନ ପ୍ରାୟ ସାଢ଼େ ୪ ସମୟରେ ହୃଦଘାତ ହୋଇଥିଲା । ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତୁରନ୍ତ ଚିକିତ୍ସା ନିମନ୍ତେ ବାରିପଦା ପିଆରଏମ ମେଡିକାଲକୁ ନିଆଯାଇଥିଲା। ମାତ୍ର ହସ୍ପିଟାଲରେ ଡାକ୍ତର ରିସିଭ ଡେଥ ଘୋଷଣା କରିଥିଲେ। ଆଖି ପିଛୁଳାକେ ତାଙ୍କର ମୃତ୍ୟୁ ଖବର ଚତୁର୍ଦିଗରେ ଖେଳେଇ ଯାଇଥିଲା । ଏକ ଶୋକାକୁଳ ପରିବେଶ ମଧ୍ୟରେ ସହରବାସୀ ତାଙ୍କର ଅନ୍ତିମ ଦର୍ଶନ କରିଥିଲେ ।  ଆସନ୍ତା କାଲି ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି । ସ୍ବର୍ଗତ ବଚ୍ଚୁଦା ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଫୁଲ ଚନ୍ଦନ ଚଳଚିତ୍ରରେ ସହକାରୀ ସଂଗୀତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ  । ଏହାପରେ ନିଜେ ଗୋପରେ ବଢୁଛି କଳାକହ୍ନେଇ  ଆଦି ଅନେକ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ନିର୍ଦ୍ଦେଶନାରେ ସମସ୍ତ ଗୀତ ହିଟ ହୋଇଥିଲା ବୋଲି ଅନୀଲ ପଟ୍ଟନାୟକ କହିଛନ୍ତି ।

0
0
0
s2sdefault