ହେଡଲାଇନସ୍:

୧୦ ବର୍ଷ ହେଲା ପଟ୍ଟା ମିଳିଛି, ହେଲେ ଜମି ଦେଖାନାହିଁ       

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୂମିହୀନଙ୍କୁ ଘରବାରୀ ଯାଗାର କେବଳ ପଟ୍ଟା ଦେଲା,ଯାଗା ଦେଇନାହିଁ ପ୍ରଶାସନ 

ପାଟଣାଗଡ଼ (ଶାସକ ପ୍ରଶାସକ) ଜିଲ୍ଲାରେ ଘରବାରୀ ପାଇଁ ଯାଗା ଖଣ୍ଡିଏ ନଥିବା ଗରିବ ଭୂମିହୀନଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଖଣ୍ଡିଏ ଲେଖାଏଁ ଯାଗା ଦେବାପାଇଁ ସେମାନଙ୍କୁ ଚିହ୍ନଟ କରାଯାଇ ଜମିପଟ୍ଟା ଯୋଗାଇ ଦେଇଥିଲା ପ୍ରଶାସନ. ପଟ୍ଟା ଦେବାର ଦୀର୍ଘଦିନ ବିତିଯାଇଛି,କିନ୍ତୁ ଆଜି ସୁଦ୍ଧା ସେମାନଙ୍କୁ ଯାଗା ଖଣ୍ଡିଏ ଯୋଗାଇ ପାରିନାହିଁ ପ୍ରଶାସନ |  ପଟ୍ଟା ପାଇଥିବା ଗରିବ ଲୋକମାନେ ପାଇଥିବା ସେହି ପଟ୍ଟାକୁ ଧରି ଯାଗା ଚିହ୍ନଟ ପାଇଁ ଏ ଅଫିସ ସେ ଅଫିସକୁ ଧାଇଁ ବୁଲୁଛନ୍ତି,ହେଲେ ଏପର୍ଯ୍ୟନ୍ତ ହିତାଧିକାରୀଙ୍କ ଯାଗା ଚିହ୍ନଟ ହୋଇପାରୁନାହିଁ | ଫଳରେ ସେମାନେ ମୁଣ୍ଡ ଗୁଞ୍ଜିବାପାଇଁ ଘର ଖଣ୍ଡିଏ ତିଆରି କରିପାରୁନାହାନ୍ତି ବୋଲି କହିଛନ୍ତି ପୁଇଁତଳା ବ୍ଲକ ଅନ୍ତର୍ଗତ ଅଟଗାଁ ରାଜସ୍ବବିଭାଗ ଅଧିନସ୍ଥ ମହୀମୁଣ୍ଡା ଗ୍ରାମର ପଟ୍ଟା ପାଇଥିବା ଲୋକମାନେ | ଦୀର୍ଘ 10 ବର୍ଷ ହେଲାଣି ଏହି ଗରିବ ଭୂମିହୀନ ଏଭଳି ହନ୍ତସନ୍ତ ହେଉଛନ୍ତି.ଅଭିଯୋଗ କଲେ କେହି ବି ଶୁଣୁନାହାନ୍ତି |  

ଏଠାରେ ଉଲ୍ଲେଖଯୋଗ୍ୟ ଯେ,ଗତ ପ୍ରାୟ 10 ବର୍ଷ ତଳେ ମହୀମୁଣ୍ଡା ଗ୍ରାମର ପ୍ରାୟ 50 ଜଣ ଗରିବ ଭୂମିହୀନ ଲୋକଙ୍କୁ ଚି଼ହ୍ନଟ କରାଯାଇ ପ୍ରଶାସନ ପକ୍ଷରୁ ସ୍ଥାନୀୟ ତହସିଲଦାର ଘରବାରୀ ପଟ୍ଟା ପ୍ରଦାନ କରିଥିଲେ ହେଲେ ସେମାନଙ୍କ ପାଇଁ ଯାଗା ଚିହ୍ନଟ କରାଇନଥିଲେ. ସୂଚନା ଅନୁସାରେ ସେମାନଙ୍କୁ ଡାହିମାଳ ମୌଜାର ଖାତା ନଂ - 77 ରୁ ବସ୍ତିଯୋଗ୍ୟ ଜାଗାର ପଟ୍ଟା ଦିଆଯାଇଥିଲା | କିନ୍ତୁ ଏ ପର୍ଯ୍ୟନ୍ତ ସେମାନଙ୍କୁ ଯାଗା ଯୋଗାଇ ଦିଆଯାଇ ପାରିନାହିଁ.ଏଥିପାଇଁ ସେମାନେ ବିଭାଗୀୟ ଅଧିକାରୀ ରାଜନେତା ସମସ୍ତଙ୍କ ପାଖରେ ଗୁହାରି କରିଛନ୍ତି ସେମାନଙ୍କୁ ଦିଆଯାଇଥିବା ପଟ୍ଟାର ଯାଗା ପାଇବା ପାଇଁ,କିନ୍ତୁ ସେଥିରେ ମଧ୍ୟ ସଫଳ ହୋଇନାହାନ୍ତି ସେମାନେ |  ତେବେ ସେମାନଙ୍କୁ ଏହିଭଳି ଯାଗାର ପଟ୍ଟା ଦେଇ ହଇରାଣ ହରକତ କରିବାରେ ପ୍ରଶାସନ ର କି ଉଦ୍ଦେଶ୍ୟ  ରହିଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି. ଏଥିପ୍ରତି ବଲାଙ୍ଗିର ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବା ପାଇଁ ଜନସାଧାରଣ ଦାବୀ କରିଛନ୍ତି |

 

0
0
0
s2sdefault