ହେଡଲାଇନସ୍:

କରଚୁଲିରେ ଶ୍ରୀ ରାମ ଚରିତ ମାନସ ପାରାୟଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୁଗୁଡା ( ଡ଼ଃ କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବ୍ଲକ, କରଚୁଲି ଗ୍ରାମରେ ଗତ ମାର୍ଚ୍ଚ ୧୧ତାରିଖରେ ଶ୍ରୀ ରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ମହାଯଜ୍ଞ ପାଇଁ ଶୁଭାଧିବାସ ହୋଇଯାଇଛି।ମାର୍ଚ୍ଚ ୧୨ ତାରିଖ ଠାରୁ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୭ ଘଣ୍ଟାରୁ ମଧ୍ୟାହ୍ନ ୧୨ ଘଣ୍ଟା ପର୍ଯ୍ୟନ୍ତ କରଚୁଲି ବ୍ୟାଘ୍ରାମ୍ବରୀ ମଠାଧିଶ ସତ୍ୟାନନ୍ଦଜୀ ମହାରାଜ ଓ ସାଥୀବୃନ୍ଦଙ୍କ ଦ୍ୱାରା ଶ୍ରୀ ରାମ ଚରିତ ମାନସ ସଦଗ୍ରନ୍ଥ ପାରାୟଣ ଓ ଘୃତଯଜ୍ଞ  ହେବାସହ ସନ୍ଧ୍ୟା ୭ ଘଣ୍ଟାରେ ଆରତୀ ଓ ଭଜନ ସମାରୋହ  ଅନୁଷ୍ଠିତ ହେବାପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଅଛି। ସେହିପରି ପ୍ରତିଦିନ ସନ୍ଧ୍ୟା ୮ ଘଣ୍ଟାରୁ ଭୁବନେଶ୍ଵରର ମାନସକଳ୍ପତରୁ ପଣ୍ଡିତ ଉମାକାନ୍ତ ମହାପାତ୍ର ଧାରାବାହିକ ପ୍ରବଚନ ପ୍ରଦାନ କରିବା ପାଇଁ ସ୍ଥିର ହୋଇଅଛି। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପ୍ରତିଦିନ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି।

0
0
0
s2sdefault