ହେଡଲାଇନସ୍:

ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଶ୍ରୀରଘୁନାଥ ଜିଉ ଓଡ଼ଗାଁଙ୍କ ଶ୍ରୀରାମନବମୀ ଯାତ୍ରା ତଥା ନବଦିନ ସନ୍ଧ୍ୟାବେଶ ସୁପରିଚାଳନା ପାଇଁ  ନୟାଗଡ଼ ଉପଜିଲ୍ଲାପାଳ ତଥା ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ପ୍ରସ୍ତୁତି ବୈଠକ ସ୍ଥାନୀୟ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲୋକନାଥ ସାହୁ, ଜିଲ୍ଲା ପରିଷଦ  ସଭ୍ୟ ବିଭୁପ୍ରସାଦ ସାହୁ, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମୋଦ କୁମାର ନାୟକ, ଓଡ଼ଗାଁ ତହସିଲଦାର ବିଜୟିନୀ ସାମନ୍ତ ସିଂହାର, ଓଡ଼ଗାଁ ମେଡିକାଲ ଅଫିସର ଡା.ବଳରାମ ସାହୁ, ଓଡ଼ଗାଁ ଥାନା ଆସିଷ୍ଟାଣ୍ଡ ସବ ଇନିସ୍ପେକ୍ଟର ରମେଶ ଚନ୍ଦ୍ର ବେହେରାଙ୍କ ସମେତ ରଘୁନାଥ ପୁଜକ ପରିଷଦ, ସୁଆର ସେବାସୀଙ୍କ ପ୍ରତିନିଧିଙ୍କ ସହିତ ସ୍ଥାନୀୟ ଅଂଚଳର ବିଭିନ୍ନ ବର୍ଗର ଜନସାଧାରଣ ଏହି ପ୍ରସ୍ତୁତି ବେଠକରେ ଅଂଶ ଗ୍ରହଣ କରି ସେମାନଙ୍କର ମତରଖିଥିଲେ । ଅପ୍ରେଲ ମାସ ୨ତାରିଖ ଦିନ ରାମଜନ୍ମ କର୍ମାଙ୍ଗ ଅନୁଷ୍ଠିତ ହେବ । ଏପ୍ରିଲ ମାସ ୯ ତାରିଖ ଗୁରୁବାରକୁ ଛାଡି ଏପି୍ରଲ ୩ ତାରିଖ ଠାରୁ ପ୍ରତିଦିନ ସନ୍ଧ୍ୟାରେ କ୍ରମାନ୍ୱୟରେ ତାଡକାବଧ, ଅହଲ୍ୟାଉଦ୍ଧାରଣ, ଗଙ୍ଗାପାର, ଧନୁଭଗ୍ନ ବା ସୀତା ବିବାହ, ବନବାସ, ଚିତ୍ରକୁଟ, ଅଷ୍ଟାବଧାନ, ଯୁଦ୍ଧଯାତ୍ରା ଓ ଅଭିଷେକ  ବେଶରେ ପ୍ରଭୁଙ୍କ ଦର୍ଶନ ମିଳିବ । ସୀତାବିବାହ ବେଶ ସର୍ବସାଧାରଣ ରାତି ୨ଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେ ଏବଂ ଅନ୍ୟ ସନ୍ଧ୍ୟାବେଶ ଗୁଡକ ରାତ୍ର ୧୧ଟା ପର୍ଯ୍ୟନ୍ତ ଦର୍ଶନ କରିବାର ସୁଯୋଗ ମିଳିବ । ଯାତ୍ରା ସମୟରେ ପରିମଳ, ଆଲୋକ, ଶାନ୍ତିଶୃଙ୍ଖଳା, ଅଗ୍ନି ନିର୍ବାପନ, ପାନୀୟଜଳ ଯୋଗାଣ, ଟ୍ରାଫିକ ନିୟନ୍ତ୍ରଣ, ଆଶୁ ଚିକିତ୍ସାବ୍ୟବସ୍ଥା କରିବା ପାଇଁ ପ୍ରସ୍ତୁତ ରହିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ସୂଚନା ଦିଆଯାଇଥିଲା । ପୁଜକ ପରିଷଦର ଅନୁରୋଧକ୍ରମେ ଯାତ୍ରା ଶେଷରେ ଆୟବ୍ୟୟର ତାଲିକା ସର୍ବସାଧାରଣ ଜାଣିବା ପାଇଁ ସୂଚିତ କରାଯିବ ବୋଲି ଉପଜିଲ୍ଲାପାଳ କହିଥିଲେ । ଦେବୋତ୍ତର ମ୍ୟାନେଜର ତାପସରଞ୍ଜନ ପଟ୍ଟନାୟକ ଯାତ୍ରାର ବିବରଣୀ  ପାଠ କରିଥିବା ବେଳେ ଜିତେନ୍ଦ୍ର ମିଶ୍ର ସହେଯାଗ କରିଥିଲେ । 

 

0
0
0
s2sdefault