ହେଡଲାଇନସ୍:

ଇଏ କି ଦାଦାଗିରି : ଜବରଦଖଲରେ ସରକାରୀ ନଳ କୁପ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ,କୁରାଳ,(ଶ୍ରୀକାନ୍ତ ମିଶ୍ର) : ଏହିଥାନା ଅନ୍ତର୍ଗତ କୁରାଳଗ୍ରାମରେ ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଠ ଥିବା ଏକ ନଳକୁଅକୁ ଜଣେ ବ୍ୟକ୍ତି ନିଜ ଦଖଲକୁନେଇ ସେଥିରୁ ବିବ୍ୟୁତଚାଳିତ ପମ୍ପ ମାଧ୍ୟମରେ ନିଜ ଘରକୁ ପାଣିନେଉଛନ୍ତି । ଫଳରେ ଅନ୍ୟମାନେ ଏହି କୁଅରୁ ପାଣି ନେବାରୁ ବଂଚିତ ହେଉଛନ୍ତି । କୁରାଳ ହାଇସ୍କୁଲ ଖେଳପଡିଆ ନିକଟରେ ଥିବା  ସ୍ଥାୟି ବାସିନ୍ଦାମାନେ ଏହି ନଳକୂଅର ପାଣି ବ୍ୟବହାର  କରୁଥିଲେ । ପଡିଆକୁ ଖେଳିବାକୁ ଆସୁଥିବା ପିଲାମାନେ ମଧ୍ୟ ଏଠାରୁ ପାଣି ପିଉଥିଲେ । ଗତ କିଛିମାସଧରି ସରୋଜ ସାହୁ ନାମକ ବ୍ୟକ୍ତି ଜଣକ ବ୍ୟକ୍ତିଗତ  ଭାବେ ଏହାକୁ ବ୍ୟବହାର କରୁଥିବା ନେଇ ସରପଂଚଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ ଏହାର କୈାଣସି ସୁଫଳ ମିଳିନାହିଁ । ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟିଦେବାକୁ ସାହିବାସିନ୍ଦା ଦାବି କରିଛନ୍ତି ।

 

0
0
0
s2sdefault