ହେଡଲାଇନସ୍:

ଓଡ଼ଗାଁ କଲେଜରେ ଇତିହାସ ବିଭାଗ ଆଲୋଚନାଚକ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ସ୍ଥାନୀୟ ରଘୁନାଥ ସମବାୟ ମହାବିଦ୍ୟାଳୟ ଇତିହାସ ସମ୍ମାନ ବିଭାଗରେ "ଦ ରିଲିଜିୟସ ପଲିସି ଅଫ୍ ଆକବର" ଶୀର୍ଷକ ଆଲୋଚନା ଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ବିଭାଗୀୟ ମୁଖ୍ୟ ଅଶ୍ୱିନୀ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ହୋଇଯାଇଛି । ଆକବରଙ୍କ ରାଜୁତିକାଳରେ ଭାରତରେ ବିଭିନ୍ନତା ମଧ୍ୟରେ ଏକତା ଏବଂ ସର୍ବଧର୍ମ ସମନ୍ୱୟ ସମ୍ପର୍କରେ ଆଲୋଚକ ଇତିହାସ ବିଭାଗ ଅବସରପ୍ରାପ୍ତ ପ୍ରାଧ୍ୟାପକ ଯୁଧିଷ୍ଠିର  ଖଟେଇ ଆଲୋଚନା କରିଥିଲେ । ବିଭାଗୀୟ ଛାତ୍ରୀ କଲ୍ୟାଣୀ ସାହୁ, ସ୍ୱାଗତିକା ଘଢେଇ, ବର୍ଷା ପ୍ରିୟଦର୍ଶିନୀ ନିଜେ ନିଜର ସନ୍ଦର୍ଭ ପାଠ କରିଥିଲେ । ବରିଷ୍ଠ  ପ୍ରାଧ୍ୟପକ ବିଶ୍ୱନାଥ ମହାରଣା, ବାବାଜୀ ପରିଡା, ଅଧ୍ୟାପକ ନିରୋଜ ପ୍ରଧାନ, ନିରଞ୍ଜନ ଦାସ, ସାଧନା ସାହୁ ପ୍ରମୁଖ ଆଲୋଚନା ଚକ୍ରରେ ଅଂଶଗ୬ହଣ କରିଥିଲେ । 

0
0
0
s2sdefault