ହେଡଲାଇନସ୍:

ବରଗଡ଼ ଜିଲ୍ଳା ଅଦାଲତ ପରିସରରେ ଉତ୍କଳ ଗୌରବଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବରଗଡ/ଶାସକ ପ୍ରଶାସକ :- ବରଗଡ଼ ଜିଲ୍ଳା ଅଦାଲତ ପରିସରରେ ଉତ୍କଳ ଗୌରବ ମଧୂସୂଦନ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି ।  ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଜଷ୍ଟିସ ନ୍ୟାୟମୂର୍ତ୍ତି ସଂଜୀବ କୁମାର ପାଣିଗ୍ରାହୀ ଶନିବାର ପୂର୍ବାହ୍ନରେ ଏହି ପ୍ରତିମୂର୍ତ୍ତିର ଉନ୍ମୋଚନ କରିଛନ୍ତି । ଏହି ସମାରୋହରେ ବରଗଡ଼ ଜିଲ୍ଳାର ସମସ୍ତ ବିଚାରପତି, ଓକିଲ ସଂଘର କର୍ମକର୍ତ୍ତା ଏବଂ ସଦସ୍ୟ ଗଣ ଉପସ୍ଥିତ ଥିଲେ । ତେବେ କରୋନା ପାଇଁ ରାଜ୍ୟ ସରକାର ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତସମସ୍ତ ଶିକ୍ଷାନୁଷ୍ଠାନ ଛୁଟୀ ଘୋଷଣା କରିଛନ୍ତି । ସେହିପରି ସମସ୍ତ ପ୍ରକାର ସଭାସମିତି, ସମାବେଶ, ସାମାଜିକ କାର୍ଯ୍ୟ, କର୍ମଶାଳା, ବୈଠକ ଆଦି ଆୟୋଜନ ନ କରିବା ପାଇଁ ରାଜ୍ୟ ସରକାର ବାରଣ କରିଥିବାରୁ ଖୋଦ ନ୍ୟାୟ ବିଭାଗ ପକ୍ଷରୁ ଏଭଳି କାର୍ଯ୍ୟକ୍ରମକୁ ନେଇ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି ।

 

0
0
0
s2sdefault