ହେଡଲାଇନସ୍:

ସଫଳତାର ସହ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସୁରକ୍ଷିତ  ମାତୃତ୍ବ ଅଭିଯାନ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟଚିକିତ୍ସାଳୟ ପରିସରରେ କେନ୍ଦ୍ର ସରକାରଙ୍କ ଗର୍ଭବତୀ ମହିଳା ମାନଙ୍କ କ୍ଷେତ୍ରରେ ଉଦ୍ଦିଷ୍ଟ ଲୋକାଭିମୁଖୀ ଲୋକପ୍ରିୟ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତ୍ରୁତ୍ୱ ଅଭିଯାନ ସଫଳତାର ସହ ଆଗେଇ ଚାଲିଛି ।  

ପ୍ରତ୍ୟେକ ମାସର ୯ ତାରିଖ ଦିନ ଏହି କେନ୍ଦ୍ରୀୟ କାର୍ଯ୍ୟକ୍ରମ ଯେଉଁ ଆରମ୍ଭ କରାଯାଇଛି , ତାର ମୁଳ ଉଦ୍ଦେଶ୍ୟ ହେଲା ଯେ , ପ୍ରତ୍ୟେକ ମହିଳା ଯେଉଁମାନେ କି ଗର୍ଭ-ଧାରଣର ୪ ମାସ ଠାରୁ ଗର୍ଭବତୀ ମହିଳା ମାନଙ୍କ ସରକାରୀ ଚିକିତ୍ସାଳୟରେ ଗୋଟିଏ ଛାତ ଅର୍ଥାତ ଗୋଟିଏ ସ୍ଥାନରେ ସମସ୍ତ ପ୍ରକାର ପରୀକ୍ଷା ଓ ଚିକିତ୍ସା ମାଗଣାରେ ଉପଲବ୍ଧ ହୋଇପାରିବ । ଏହା ହିଁ ଏହି କେନ୍ଦ୍ରୀୟ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । 

 ଏହି କାର୍ଯ୍ୟକ୍ରମରେ ଜଣେ ମହିଳା ଗର୍ଭ ଧାରଣର ୯ ମାସ ମଧ୍ୟରେ ଚିକିତ୍ସାଳୟରେ ଡାକ୍ତରଙ୍କ ଦ୍ବାରା ଗର୍ଭବତୀର ସ୍ବାସ୍ଥ୍ୟ ପରୀକ୍ଷା ହୋଇଥାଏ । ବିପଦ ପୂର୍ଣ୍ଣ ଗର୍ଭବତୀ ଚିହ୍ନଟ ଓ ଚିହ୍ନଟ ହୋଇଥିବା ଗର୍ଭବତୀ ମହିଳାଙ୍କ ଚିକିତ୍ସା ଏଠାରେ କରାଯାଉଛି ।

  ଅନ୍ୟପକ୍ଷରେ ପ୍ରସବ ପରବର୍ତ୍ତୀ ସେବା ଓ ସୁବିଧାକୁ ଏଠାରେ ସୁନିଶ୍ଚିତ କରାଇବା ସହ ବିପଦସଙ୍କୁଳ ଅବସ୍ଥାରେ ଥିବା ଗର୍ଭବତୀ ମହିଳାଙ୍କ ପାଈଁ ଏଠାରେ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ମଧ୍ୟ କରାଯାଉଛି ।

 ଏହି କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ବାସ୍ଥ୍ୟ ପାଈଁ ଗୋଟିଏ ସ୍ଥାନରେ ଆବଶ୍ୟକ ହେଉଥିବା ବିଭିନ୍ନ ପରୀକ୍ଷା ସବୁ କରାଯାଉଛି । ଚିକିତ୍ସାଳୟକୁ ପ୍ରଥମେ ଆସୁଥିବା ଗର୍ଭବତୀ ମହିଳାଙ୍କ ନାମ ପଞ୍ଜିକରଣ ହେବା ପରେ ସେମାନଙ୍କୁ ସୁଗାର୍ ପରୀକ୍ଷା ପାଈଁ ପୁର୍ବରୁ ଗ୍ଲୁକୋଜ୍ ପାଣି ପିଇବା ପାଈଁ ଦିଆହେଉଛି । ତାପରେ ସୁଗାର୍ ପରୀକ୍ଷା କରାଯାଇ ସେମାନଙ୍କ ଉଚ୍ଚତା ଓ ଓଜନ ମାପ କରାଯାଉଛି । ତାପରେ ବିଭିନ୍ନ ପରୀକ୍ଷା ଯଥା:- ରକ୍ତର ବିଭିନ୍ନ ପରୀକ୍ଷା ସହ ରକ୍ତଚାପ ଓ ପରିସ୍ରା , ଅଲଟ୍ରାସାଉଣ୍ଡ ଯୌନ ଓ ପ୍ରଜନନ ସମ୍ପର୍କରେ ସମସ୍ତ ପରୀକ୍ଷା କରାଯାଉଛି । 

ଏସବୁ ପରୀକ୍ଷା ହୋଇ ସାରିବା ପରେ ଡାକ୍ତରଙ୍କ ଦ୍ବାରା ଆବଶ୍ୟକ ସବୁ ଚିକିତ୍ସା କରାଯାଉଛି । ଏସବୁ ହେବାପରେ ଗର୍ଭବତୀ ମହିଳାମାନଙ୍କୁ ସୁରକ୍ଷିତ ସ୍ବାସ୍ଥ୍ୟ-ସେବା ସମ୍ପର୍କରେ ପରାମର୍ଶ ଶିକ୍ଷା ମଧ୍ୟ ଦିଆଯାଉଛି । ଏହି ପରାମର୍ଶ ଶିକ୍ଷା ମଧ୍ୟରେ ମୁଖ୍ୟତଃ ଗର୍ଭବତୀ ମହିଳାଙ୍କ ପାଈଁ ସମୟ ଅନୁଯାୟୀ ସଠିକ ଖାଦ୍ୟ ଖାଇବା  ଓ ବିଶ୍ରାମ ନେବା , ପ୍ରସବ ପାଈଁ କିଭଳି ପ୍ରସ୍ତୁତି ହେବେ , ଉପଯୁକ୍ତ ଯୋଜନା ଏବଂ ପରିବାର ନିୟୋଜନ ପଦ୍ଧତି  ପ୍ରଭୃତି ବିଷୟରେ ପରାମର୍ଶ ଶିକ୍ଷା ଦିଆଯାଉଛି । 

  ସମସ୍ତ କାର୍ଯ୍ୟକ୍ରମ ସରିବା ପରେ ଗର୍ଭବତୀ ମହିଳା ମାନଙ୍କୁ ଶୁଖିଲା ଖାଦ୍ୟ  ମଧ୍ୟ ବଣ୍ଟନ କରାଯାଉଛି ।   କେନ୍ଦ୍ର ସରକାରଙ୍କ ଏହି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ବ ଅଭିଯାନ କାର୍ଯ୍ୟକ୍ରମ କିଭଳି ସଫଳତାର ସହ ଆଗେଇ ଚାଲିଛି , ସେ ସମ୍ପର୍କରେ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ ତଥା ଯୁଗ୍ମ ନିର୍ଦେଶକ ଡାଃ. ରେଗା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ କହିଛନ୍ତି ।

0
0
0
s2sdefault