ହେଡଲାଇନସ୍:

ବିଶ୍ବ କଳାମୋତିଆ ସପ୍ତାହ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :     ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ  "ବିଶ୍ବ କଳା-ମୋତିଆ ସପ୍ତାହ" କାର୍ଯ୍ୟକ୍ରମ ପାଳିତ ହୋଇ ଯାଇଛି ।  ଏହି ଅବସରରେ  ମୁଖ୍ୟ ଚିକିତ୍ସ୍ୟା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ଏଏନ୍ ଏମ୍ ତାଲିମ ନେଉଥିବା ଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହି ସଚେତନତା ଶୋଭାଯାତ୍ରାକୁ ସିଡିଏମ ଓ ପିଏଚଓ-ଡାଃ ଗୁନୁରାଣୀ ପଟ୍ଟନାୟକ ସବୁଜ ପତାକା ଦେଖାଇ ଶୁଭାରମ୍ଭ  କରିଥିଲେ । 

ଏହି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ମଧ୍ୟରେ ଚକ୍ଷୁ ବିଶେଷଜ୍ଞ ଡାଃ. ଦୀପକ ଚୌଧୁରୀ , ଓଏ:- ଜନ୍ମାଜୟ ସାହୁ , ଏଡିପିଏଚ୍ ସିଓ-ସୁଧୀର କୁମାର ଜେନା , ଜଗଦୀଶ ପଟ୍ଟନାୟକ ଓ ନୀଳମଣି ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ ।

 ପରେ ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲା ପ୍ରଶିକ୍ଷଣ ୟୁନିଟ କକ୍ଷ ଠାରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 

   ଏହି କାର୍ଯ୍ୟକ୍ରମରେ ସିଡିଏମ୍ଓ:-ଡାଃ ଗୁନୁରାଣୀ ପଟ୍ଟନାୟକ ଏବଂ ଏଡିପିଏଚ୍ ଓ:-ଡାଃ ଛନ୍ଦା କାନୁନଗୋ ପ୍ରମୁଖ ଯୋଗଦେଇ "ବିଶ୍ବ କଳାମୋତିଆ ସପ୍ତାହ" କାର୍ଯ୍ୟକ୍ରମ ପାଳନର ଆଭିମୁଖ୍ୟ ସମ୍ପର୍କରେ କହି ଏଥିରୁ କିଭଳି ସତର୍କ ରହି ଦୁରେଇ ରହିବାକୁ ହେବ ଏବଂ ଲୁକ୍କାୟିତ ଭାବେ ରହିଥିବା  କଳା-ମୋତିଆକୁ କିଭଳି ପରାସ୍ତ କରିବାକୁ ହେବ , ସେ ସବୁର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ । ବହୁ ସଂଖ୍ୟାରେ ଏଏନ୍ ଏମ୍  ଛାତ୍ରୀ ଓ ବିଭାଗୀୟ କର୍ମଚାରୀ ଓ ଅଧିକାରୀ ମାନେ ଯୋଗ ଦେଇଥିଲେ। ।

0
0
0
s2sdefault