ହେଡଲାଇନସ୍:

ପାରଳାରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିତୈଷିଣୀ ସଭାଗୃହ ଠାରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇଯାଇଛି।  ଅତୀତର ସେଇ ପୁଣ୍ୟାତ୍ମା ଓଡ଼ିଆ ଅସ୍ମିତା ସାରସ୍ୱତ ସାଧକମାନଙ୍କ ପରିଶ୍ରମ ଏବଂ ବ୍ୟାକରଣାଗତ ସଂସ୍କାର ଓ ଶୃଂଖଳା ଯୋଗୁଁ ଆଜି ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇ ଜାତୀୟ ସାହିତ୍ୟ  ଇତିହାସରେ ନୁଆଁ ଅଧ୍ୟାୟ ସୃଷ୍ଟି କରିପାରିଛି ।

ଏହି କାର୍ଯ୍ୟକ୍ରମରେ ଗୁରୁଗୌରବ ଗୌର ଚନ୍ଦ୍ର ପଣ୍ଡା ଙ୍କ ସଭାପତିତ୍ୱରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଯୋଗ ଦେଇଥିବା ବେଳେ ସମ୍ମାନିତ ବକ୍ତା ଭାବେ ମଞ୍ଚରତ୍ନ ବଟକୃଷ୍ଣ ପାତ୍ର ଏବଂ ସଂଯୋଜକ ଭାବେ କବି ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗ ଦେଇଥିବା ବେଳେ ଡ଼. ବୃଷକେତୁ ଦାଶ ମୁଖ୍ୟବକ୍ତା ଭାବେ ମଞ୍ଚାସୀନ କରି ବହୁ ପୁରାତନ ଓଡିଆଭାଷା ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଡକ୍ଟର କଲ୍ୟାଣୀ ମିଶ୍ର  ନିଜର ବକ୍ତବ୍ୟରେ ଉପାନ୍ତରେ ଆମର ସମସ୍ତେ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ସଦାସର୍ବଦା ଜାଗ୍ରତ ରହିବା ଜରୁରୀ ବୋଲି   କହିଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ବର୍ଣ୍ଣପ୍ରଭା ପାଠୀ ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ  ଶେଷରେ ପ୍ରମୋଦ ଚନ୍ଦ୍ର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ଶରତ ଚନ୍ଦ୍ର ସାହୁ,ତ୍ରିପତି ପ୍ରସାଦ ପଣ୍ଡା ,ନିତ୍ୟାନନ୍ଦ ଚୌଧୁରୀ ,ବିଷ୍ଣୁ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

0
0
0
s2sdefault