ହେଡଲାଇନସ୍:

ଖୁସି ଖବର : ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ଜମା ସୁରକ୍ଷିତ,୧୬ ତାରିଖରୁ ହଟିବ ମୋରାଟୋରିଅମ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଶେଷରେ ଜାରି ହେଲା ୟେସ ବ୍ୟାଙ୍କ ପୁନର୍ବିନ୍ୟାସ ସ୍କିମ ବିଜ୍ଞପ୍ତି 

ଏସବିଆଇର ପୂର୍ବତନ ମୁଖ୍ୟ ଅର୍ଥ ଅଧିକାରୀଙ୍କ ନେତୃତ୍ୱରେ ଗଢ଼ାହେଲା ନୂଆ ନିର୍ଦ୍ଦେଶକ ମଣ୍ଡଳୀ

ବ୍ୟାଙ୍କରେ ସୁରକ୍ଷିତ ଜମାକାରୀଙ୍କ ଜମା ଓ ବ୍ୟାଙ୍କ କର୍ମଚାରୀଙ୍କ  ଚାକିରୀ 

New Delhi(SPB) : ଓଡ଼ିଶାବାସୀ ଓ ଅଗଣିତ ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଖବର | ୟେସ ବ୍ୟାଙ୍କରେ ଜମା ଥିବା ଶ୍ରୀମନ୍ଦିର ପାଣ୍ଠି ସୁରକ୍ଷିତ ଓ ଫେରିବା ଆଶା ଉଜ୍ଜ୍ୱଳ | କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ଓ ରାଜ୍ୟ ସରକାରଙ୍କ କ୍ରମେ କେନ୍ଦ୍ର ସରକାରଙ୍କ ପାଖରେ କରାଯାଇଥିବା ଅନୁରୋଧ ନିଷ୍ଫଳ ଯାଇନି | ଶେଷରେ ଅଗଣିତ ଗ୍ରାହକ ଓ ଜମାକାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗତକାଲି ୟେସ ବ୍ୟାଙ୍କର ପୁନର୍ବିନ୍ୟାସ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି | ୟେସ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ଲଗାଇଥିବା ମୋରାଟୋରିଅମ ବା ଦେଣନେଣ କଟକଣା ଆସନ୍ତା ମାର୍ଚ୍ଚ ୧୬ ତାରିଖ ଅର୍ଥାତ ସୋମବାର ପ୍ରତ୍ୟାହୃତ ହେବ ବୋଲି ଜଣାପଡିଛି | ସୂଚନାଯୋଗ୍ୟ ଯେ ଜଗନ୍ନାଥଙ୍କୟେସ ବ୍ୟାବଙ୍କର ଥିବା ଜମାରାଶିକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଥିଲା | କୋଟିକୋଟି ଓଡ଼ିଆଙ୍କ ତଥା ଜଗନ୍ନାଥ ପ୍ରେମୀଙ୍କ ଭାବାବେଗସହ ଜଡିତ ଏ ପ୍ରସଙ୍ଗରେ ରାୟ ସରକାର କେନ୍ଦ୍ରସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ | ପ୍ରଭୁଙ୍କ ଜମାରାଶି ଯେପରି ଫେରି ଆସିବା ତେଣୁ  ରିଜର୍ଭ ବ୍ୟାଙ୍କ ଉପରେ ଚାପ ସୃତି କରିବା ପାଇଁ ବିଜେଡି ସଂସଦୀୟ ଦଳ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରି ଦାବି ପତ୍ର ଦେଇଥିଲେ |

କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତକାଲି ଜାରି ରାଜପତ୍ରରେ କୁହାଯାଇଛି ୟେସ ବ୍ୟାଙ୍କର ପୁନର୍ବିନ୍ୟାସ ସ୍କିମ ଅନ୍ତର୍ଗତ ଗ୍ରାହକଙ୍କ ଜମାରାଶି ସୁରକ୍ଷିତ ଓ ଏହି ବ୍ୟାଙ୍କର କର୍ମଚାରୀମାନଙ୍କ ଚାକିରୀ ବି ଅନ୍ୟାଦେଶ ପର୍ଯ୍ୟନ୍ତ ସୁରକ୍ଷିତ | ଏହି ବ୍ୟାଙ୍କର ସୁପାରିଛନଲ ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏକ ନୂଆ ନିର୍ଦ୍ଦେଶକ ମଣ୍ଡଳୀ ଗଠନ କରିଛି | ଏଥିରେ ଏସବିଆଇର ପୂର୍ବତନ ମୁଖ୍ୟ ଆର୍ଥିକ ଅଧିକାରୀ ପ୍ରଶାନ୍ତ କୁମାର ସିଈଓ ତଥା ଏମଡି ଭାବେ ନିଯୁକ୍ତ ହୋଇଥିବା ବେଳେ ଏଥିରେ ସୁନୀଲ ମେହେଟା, ମହେଶ କୃଷ୍ଣମୁର୍ତ୍ତି , ଓ ଅତୁଳ ଭେଡାଙ୍କୁ ନିର୍ଦ୍ଦେଶକ ଭାବେ ଗ୍ରହଣ କରାଯାଇଛି | ଏହି ନୂଆ ନିର୍ଦ୍ଦେଶକ ମଣ୍ଡଳୀକୁ ନେଇ ୟେସ ବ୍ୟାଙ୍କ ପୂର୍ବଭଳି ଚାଲିବ | ବ୍ୟଙ୍କରେ ଯେଉଁ କର୍ମଚାରୀ ମାନେ ଯେଉଁ ଶାଖାରେ କାମ କରିଥିଲେ ସେମାନେ ସେମାନଙ୍କ ବର୍ତ୍ତମାନର ବେତନରେ ବି କାମ କରିବେ | ଏହି ବିଜ୍ଞପ୍ତି କାର୍ଯ୍ୟକାରୀ ହେବାର ତୃତୀୟ କାର୍ଯ୍ୟ ଦିବସରେ ୟେସ ବ୍ୟାଙ୍କ ଉପରେ ଲାଗୁ ହୋଇଥିବା ମୋରାଟୋରିଅମ(ଯାହାକି ୫ ତାରିଖରୁ ଲାଗୁ ହୋଇଥିଲା)  ଆପେ ଆପେ ପ୍ରତ୍ୟାହୃତ ହେବା ସହ ବ୍ୟାଙ୍କର କାରବାର ପୂର୍ବ ଭଳି ସ୍ୱାଭାବିକ ହେବା ବୋଲି ଜାରି ବିଜ୍ଞପ୍ତିରେ କୁହାଯାଇଛି | 

0
0
0
s2sdefault