ହେଡଲାଇନସ୍:

ବିଜେଡି ପକ୍ଷରୁ ମହିଳା ସମାବେଶ- ଜୀବନ ବିନ୍ଦୁ ବନ୍ଦ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର ( ଶାସକ ପ୍ରଶାସକ) ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାକୁ ବିଶ୍ୱ ମହାମାରୀ ବୋଲି ଘୋଷଣା କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ତାହାର ମୁକାବିଲା ପାଇଁ ପଦକ୍ଷେପ ନେଇଛନ୍ତି । କରୋନାକୁ ରାଜ୍ୟ ମହାମାରୀ ଭାବେ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭିଡ ବା ସମାବେଶ ଏଡ଼ାଇବା ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ବିଜୁ ଜନତା ଦଳ ପକ୍ଷରୁ ମଧ୍ୟ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି । ଦଳର ବିଭିନ୍ନ ସ୍ଥାନରେ ଚାଲିଥିବା ମହିଳା ସମାବେଶ ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଛି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଜୁ ବାବୁଙ୍କ ଜୟନ୍ତୀ ପକ୍ଷ ଉପଲକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବସକୁ ଥିବା  ମହିଳା ସମାବେଶ ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ  ନ କରିବାପାଇଁ ଦଳ ନିଷ୍ପତ୍ତି ନେଇଛି । ପରବର୍ତ୍ତୀ ନିଷ୍ପତ୍ତି ସଭାପତିଙ୍କ ଅନୁମୋଦନ ପରେ ପୁନଃ ଅବଗତ କରିଦିଆଯିବ ବୋଲି ଦଳ ପକ୍ଷରୁ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଜଣାଇଛନ୍ତି ।

0
0
0
s2sdefault