ହେଡଲାଇନସ୍:

ସ୍ୱଚ୍ଛତା, ଗୁଣାତ୍ମକତା ଆଉ ସାମଗ୍ରିକ ଶୃଙ୍ଖଳା ଉପରେ ମୁଖ୍ୟମନ୍ତ୍ରୀ କୁଳପତି ବୈଠକରେ ଦେଲେ ଗୁରୁତ୍ୱ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅଣ-ଛାତ୍ର ଏବଂ ଅନଧିକୃତ ବ୍ୟକ୍ତିଙ୍କ ଠାରୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ମୁକ୍ତ ରଖନ୍ତୁ

NAAC ରେଟିଂ ଏବଂ NIRF ର଼୍ୟାଙ୍କିଙ୍ଗ୍ ଉନ୍ନତି ଆଣିବାକୁ ଚେଷ୍ଟା କରନ୍ତୁ

ଭୁବନେଶ୍ୱର (ଶାସକ ପ୍ରଶାସକ) : ବିଶ୍ୱବିଦ୍ୟାଳୟ ଗୁକଡ଼ିକ ପାଇଁ ପାଣ୍ଠିର ଅଭାବ ରହିବ ନାହିଁ | ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସକୁ ଅଣଛାତ୍ର ମୁକ୍ତ ରଖିବା ସହ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ସଫଳତା ହାସଲ କରିବା ପାଇଁ ଯତ୍ନବାନ ହେବ ଉଚିତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଶ୍ୱବିଦ୍ୟାଳୟ କୁଳାପତି ମାନଙ୍କୁ ପରାମର୍ଶ ଦେଇଛନ୍ତି |

 ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଗୁଡିକର କୁଳପତିମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କର ସମୀକ୍ଷା ବୈଠକ ଆଜି  ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଥିଲା | ମୁଖ୍ୟମନ୍ତ୍ରୀ ଏ ଅବସରରେ  ପ୍ରଫେସର, ଅଧ୍ୟାପକ, ଶିକ୍ଷକ ନିଯୁକ୍ତିରେ ସ୍ୱଚ୍ଛତା ରଖିବା ପାଇଁ ପରାମର୍ଶ ଦେବା ସହ ଗବେଷଣା, ଅନୁସନ୍ଧାନ ଏବଂ ପ୍ରକାଶନ ପାଇଁ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବାକୁ କହିଥିଲେ |ସେହିପରି  କ୍ୟାମ୍ପସରେ ଅନୁଶାସନ ରକ୍ଷା କରିବା, କ୍ୟାମ୍ପସରେ ବାହାର ଲୋକଙ୍କ ହସ୍ତକ୍ଷେପକୁ ବରଦାସ୍ତ କରାନଯିବା,  ଅଣ-ଛାତ୍ର ଏବଂ ଅନଧିକୃତ ବ୍ୟକ୍ତିଙ୍କ ଠାରୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ମୁକ୍ତ ରଖିବା,  ଫଳାଫଳ ପ୍ରକାଶନ ସହିତ ବିଶ୍ୱବିଦ୍ୟାଳୟ ପରୀକ୍ଷା ଠିକ୍ ସମୟରେ କରାଯିବା ଉପରେ ମୁଖ୍ୟମନ୍ତ୍ରୀ କୁଳପତି ମାନଙ୍କୁ ଗୁରୁତ୍ୱ ଆରୋପ କରିଥିଲେ |  ଆସନ୍ତା ଶିକ୍ଷାବର୍ଷରୁ କୌଣସି  ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କୁଳପତିମାନଙ୍କୁ ଶୁଣାଇ ଦେଇଥିବା ବେଳେ  ଅନୁବନ୍ଧିତ କଲେଜଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ନିଶ୍ଚିତ କରାଇବା,କୁଳପତି, ବରିଷ୍ଠ ଅଧିକାରୀ ଏବଂ ଅଧ୍ୟାପିକାମାନେ ସମୟ ସମୟରେ ଅନୁବନ୍ଧିତ କଲେଜଗୁଡ଼ିକୁ ଆକସ୍ମିକ ପରିଦର୍ଶନ କରିବା  ଓ  ଆଗାମୀ NAAC ରେଟିଂ ଏବଂ NIRF ର଼୍ୟାଙ୍କିଙ୍ଗ୍ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ |  ସମସ୍ତ ବିଶ୍ୱବିଦ୍ୟାଳୟ ପରିସର ଭିତରେ ଅଧିକ ସମୟ ଛାତ୍ରମାନଙ୍କ ସହିତ କଥାବାର୍ତ୍ତା କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ | ପାଣ୍ଠିର କୌଣସି  ପ୍ରତିବନ୍ଧକ ରହିବ ନାହିଁ  ବୋଲି କହିବା ସହ   ରାଜ୍ୟ ସରକାର ସମସ୍ତ ସମ୍ଭାବ୍ୟ ଉପାୟରେ ବିଶ୍ୱବିଦ୍ୟାଳୟଗୁଡ଼ିକୁ ସମର୍ଥନ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ |  ଆମର ବିଶ୍ୱବିଦ୍ୟାଳୟଗୁଡ଼ିକ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଶୀଘ୍ର ସଫଳତା ହାସଲ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ  ! ଏହି ବୈଠକରେ ଉଚ୍ଚଶିକ୍ଷା ଓ କୃଷି କୃଷକ କଲ୍ୟାଣ ମନ୍ତ୍ରୀ ଡ଼ ଅରୁଣ ସାହୁଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ |

0
0
0
s2sdefault