ବୌଦ୍ଧ/ ଶାସକ ପ୍ରଶାସକ: ବୌଦ୍ଧ ଜିଲ୍ଲାରେ ଏବେ ପ୍ରବଳ ବର୍ଷା ସାଙ୍ଗକୁ କୂଅପଥର ବୃଷ୍ଟି ଦେଖିବାକୁ ମିଳିଛି। ବିଶେଷ କରି କଣ୍ଟାମାଳ ବ୍ଲକର ନୁର୍ପା ଗାଁରେ କୂଅପଥର ବୃଷ୍ଟି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିସିଛି। ଆଜି ସଂଧ୍ୟା 5 ଟାରୁ ବର୍ଷା ଆରମ୍ଭ ହୋଇଥିଲା। ପରେ ପରେ କୁଆପଥର ବୃଷ୍ଟି ହୋଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଅଧିକ ପବନ ସହ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଗଛ ଉପୁଡ଼ୀ ପଡିଥିବା ବେଳେ ପନିପରିବା ଚାଷ ନଷ୍ଟ ହୋଇଯାଇଛି । ତେବେ ଆଗରୁ ଦୁଇ ଦୁଇ ଥର ଅଦିନିଆ ବର୍ଷାରେ ମଣ୍ଡିରେ ପଡ଼ି ରହିଥିବା ଚାଷୀ ଶହ ଶହ କୁଇଣ୍ଟlଲ ଧାନ ଗଜା ହୋଇ ନଷ୍ଟ ହୋଇଯାଇଥିଲା । ସେବାଵଦକୁ କୌଣସି ପ୍ରକାର କ୍ଷତି ପୁରଣ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇନଥିବ ଜଣାପଡ଼ିଛି । ତେବେ ବୋୖଦ୍ଧ ଜିଲ୍ଲା ରେ ଏହି ଅଦିନିଆ ବର୍ଷା ମଣ୍ଡି ରେ ପଡ଼ିରହିଥିବା ଧାନ ନଷ୍ଟ ହେବା ନେଇ କୌଣସି ଆଶଙ୍କା ନାହିଁ । ସୁଚନା ଥାଉକି ଜିଲ୍ଲା ରେ ପ୍ରାୟ 7 ଶହ ଜଣ ଚାଷୀ ଙ୍କ ଟୋକନ ରଦ୍ଦ ହୋଇଥିଲା । ଫଳରେ ଅନେକ ମଣ୍ଡିରେ କୁଆପଥର ଓ ବର୍ଷା ପ୍ରଭାବ ରେ ଧାନ ଭିଜି ନଷ୍ଟ ହୋଇଥିବା ଜଣାପଡିଛି ।
ରାଜ୍ୟ
ଅଦିନିଆ ବର୍ଷାରେ କୁଆପଥର ବୃଷ୍ଟି
- Hits: 329