ହେଡଲାଇନସ୍:

ଭୁବନେଶ୍ୱର ଏସଡିଆଇ ହାଇଡ୍ରୋ କାର୍ବନ କ୍ଷେତ୍ରରେ ଦେଶରେ ପ୍ରଥମ  ଦକ୍ଷତା ବିକାଶ ସଂସ୍ଥାନ ହେବ  - ରାଷ୍ଟ୍ରପତି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଷ୍ଟ୍ରପତିଙ୍କ କରକମଳରେ ହେଲା (ଆଇସିଟି) ମୁମ୍ବାଇ – ଇଣ୍ଡିଆନ ଅଏଲ କ୍ୟାମ୍ପସର ଶୁଭ ଉଦଘାଟନ :  ଏସଡିଆଇ ଭୁବନେଶ୍ୱରର ସ୍ଥାୟୀ କ୍ୟାମ୍ପର ଭିତିପ୍ରସ୍ତର ସ୍ଥାପନ

ଓଡିଶାରେ ଅପାର ସମ୍ଭାବନା ଥିବା ସତ୍ୱେ ଆମେ ବିକାଶ ଠାରୁ ଦୂରରେ : ଧର୍ମେନ୍ଦ୍ର 

19-03-18-iit.jpg - 735.49 kB

ଭୁୁବନେଶ୍ୱର/chakradhar majhi   - ଆଇଆଇଟି ଭୁବନେଶ୍ୱରର ସମାବର୍ତନ ଉତ୍ସବରେ  ମହାମହିମ ରାଷ୍ଟ୍ରପତି ଇନଷ୍ଟିଚ୍ୟୁଟ ଅଫ କେମିକାଲ ଟେକ୍ନୋଲଜି (ଆଇସିଟି) ମୁମ୍ବାଇ – ଇଣ୍ଡିଆନ ଅଏଲ କ୍ୟାମ୍ପସର ଶୁଭ ଉଦଘାଟନ ଓ ସ୍କିଲ ଡେଭଲପମେଂଟ ଇନଷ୍ଟିଚ୍ୟୁଟ (ଏସଡିଆଇ) ଭୁବନେଶ୍ୱରର ସ୍ଥାୟୀ କ୍ୟାମ୍ପର ଭିତିପ୍ରସ୍ତର ସ୍ଥାପନା କରିଛନ୍ତି ।  ଏହି  ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ ସ୍କିଲ ଡେଭଲପମେଂଟ ଇନଷ୍ଟିଚ୍ୟୁଟ ହାଇଡ୍ରୋ କାର୍ବନ କ୍ଷେତ୍ରରେ ଦେଶରେ ପ୍ରଥମ ଏପରି ଇନଷ୍ଟିଚ୍ୟୁଟ ହେବ  ଓ ଏହା  ଆଗାମୀ ଦଶ ବର୍ଷରେ ୫୦ ହଜାର ଯୁବକଙ୍କୁ ପ୍ରଶିକ୍ଷଣ ଦେବାର ଲକ୍ଷ୍ୟ ରଖା ଯାଇଥିବା ଜାଣି ସେ ଅତ୍ୟନ୍ତ ଖୁସୀ ବୋଲି ସେ କହିଛନ୍ତି । 

ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ  ଦୁଇଟି ଅନୁଷ୍ଠାନ  ଓଡିଆ ଯୁବ ପୀଢୀଙ୍କ ପାଇଁ ଉତମ ତାଲିମ ଆଧାରରେ ରୋଜଗାର ଓ ଉଦ୍ୟମୀ ହେବାର ବ୍ୟାପକ ସୁବିଧା ଉପଲବ୍ଧ କରାଇବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।  ଆଇସିଟି ମୁମ୍ବାଇ – ଇଣ୍ଡିଆନ ଅଏଲ କ୍ୟାମ୍ପସ ଓ ଏସଡିଆଇ କ୍ୟାମ୍ପସ  କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଉଦ୍ୟମରେ ଓଡିଶାରେ ସ୍ଥାପିତ ହେଉଛି । ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ କେମିକାଲ ଓ ପେଟ୍ରୋ କେମିକାଲ କ୍ଷେତ୍ରରେ ଦେଶର ଅଗ୍ରଣୀ ଅନୁଷ୍ଠାନ  ଆଇସିଟି ମୁମ୍ବାଇର ଓଡିଶା କ୍ୟାମ୍ପସ ଏହାର ଶିକ୍ଷାର୍ଥୀଙ୍କ ପାଇଁ  ବଡ ସୁଯୋଗ ଉପଲବ୍ଧ କରାଇବ ।  ସମଗ୍ର ବିଶ୍ୱ ଓ ଦେଶରେ ପଲିମରର ଚାହିଦା ଦୃତ ବେଗରେ ବଢି ଚାଲିଛି । ଭାରତରେ ତୈଳ ବିଶୋଧନ କ୍ଷମତା  ବାର୍ଷିକ ୨୪୭ ମିଲିୟମ ମେଟ୍ରିକ ଟନ ହୋଇଥିବା ବେଳେ ଦେଶରେ ମୋଟ ୧୯୪ ମିଲିୟନ ମେଟ୍ରିକ ଟନ ବାର୍ଷିକର ଚାହିଦା ରହିଛି ।  ପେଟ୍ରୋଲିୟମ ଉତ୍ପାଦର ରପ୍ତାନୀ କରୁଥିବା ଭାରତ ପାଖରେ ପ୍ରଚୁର ମାତ୍ରାରେ ପେଟ୍ରୋ କେମିକାଲ ଉତ୍ପାଦର ମୂଲ୍ୟ  ଯୁକ୍ତ କରିବା ପାଇଁ ବ୍ୟାପକ ମାତ୍ରାରେ ନାଫତା ଉପଲବ୍ଧ ରହିଛି । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶ୍ୱରେ ମୁଣ୍ଡ ପିଛା ପଲିମର ଆବଶ୍ୟକତା ୩୨ କେଜି ଥିବା ବେଳେ ଭାରତରେ ୧୦ କେଜି ଓ ଓଡିଶା ଓ ପଶ୍ଚିମ ବଙ୍ଗ ଭଳି ପୂର୍ବ ଭାରତ ରାଜ୍ୟରେ ରାଷ୍ଟ୍ରୀୟ ହାରାହାରି ବ୍ୟବହାର ଠାରୁ ଅଧା ରହିଛି ।  ପୂର୍ବ ଭାରତ ଓ ଦେଶରେ ପଲିମର ଚାହିଦା ଦୃତ ବୃଦ୍ଧି ଦୃଷ୍ଟିରୁ ପେଟ୍ରୋକେମିକାଲ ଶିଳ୍ପ ଦୃତ ବଢିବ । ଏହି ସମୟରେ ଓଡିଶାରେ ଆଇସିଟି – ଇଣ୍ଡିଆନ ଅଏଲ କ୍ୟାମ୍ପସ  ଏହି ଶିଳ୍ପକୁ ଦୃତ  ଗତି ଦେବା  ପାଇଁ ଉତମ ମାନବ ସମ୍ବଳ ଯୋଗାଇବ । ଡିଲୋଆଇଟ ଦ୍ୱାରା କରା ଯାଇଥିବା ଏକ ଆକଳନ ଅନୁସାରେ ପୂର୍ବ ଭାରତରେ ଟେକ୍ସଟାଇଲ ଓ ପଲିମର କ୍ଲଷ୍ଟରର ବିକାଶରେ ୨୦୩୦ ମସିହା ସୁଦ୍ଧା ୩୦ ହଜାର କୋଟି ଟଙ୍କାର ପୁଂଜି ନିବେଶ ସହ ୨୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ପାରାଦୀପର ତୈଳ ବିଶୋଧନାଗାର, ପେଟ୍ରୋ କେମିକାଲ ପ୍ରକଳ୍ପ ସମୂହ, ପଲି ପ୍ରପଲିନ, ଏମଇଜି ଓ ପିଏକ୍ସ ପିଟିଏ ପ୍ରକଳ୍ପ ଗୁଡିକ ପୂର୍ବ ଭାରତ ବିଶେଷ କରି ଓଡିଶାରେ ପେଟ୍ରୋ କେମିକାଲ ଡାଉନ ଷ୍ଟ୍ରିମ ଶିଳ୍ପ ବିକାଶରେ ଉତପ୍ରେରକ ଭୂମିକା ନେବ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଇସିଟି -ଆଇଓସି କ୍ୟାମ୍ପସରେ ୫ ଶହ କୋଟି ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ କ୍ୟାମ୍ପସ ଗଢି ଉଠିବ । ଭାରତୀୟ ତୈଳ ନିଗମ ଶିଳ୍ପ ସହଯୋଗୀ ଭାବରେ ଛାତ୍ର-ଛାତ୍ରୀ ମାନଙ୍କୁ ସହଯୋଗ ଯୋଗାଇ ଦେବା ବେଳେ ଏହି କ୍ୟାମ୍ପସ ବୌଦ୍ଧିକ ମେରୁଦଣ୍ଡର କାମ କରିବ । ଏହା ସହ ଅସ୍ଥାୟୀ ଭାବେ ଚାଲୁଥିବା ଏସଡିଆଇ କ୍ୟାମ୍ପସ ୫ ଶହ କୋଟି ଟଙ୍କା ବ୍ୟୟରେ ଜଟଣୀର ତରାବୋଇ ଠାରେ ପ୍ରତିଷ୍ଠିତ ହୋଇ ଯୁବ ପୀଢୀକୁ ହାଇଡ୍ରୋ କାର୍ବନ କ୍ଷେତ୍ରରେ ଦକ୍ଷତା ବିକାଶ, ନିଯୁକ୍ତି ଓ ଉଦ୍ୟମିତାର କେନ୍ଦ୍ର ସ୍ଥଳ ହୋଇ ପାରିବ ।  ୨୦୨୦ ମସିହା ସୁଦ୍ଧା ଭାରତର ହାରାହାରି ବୟସ ୨୯ ବର୍ଷ ହେଉଥିବା ବେଳେ ଏହା ପୃଥିବୀର ସବୁଠୁ ଯୁବ ଦେଶର ମାନ୍ୟତା ପାଇବ । ଏହି ଯୁବ ଜନ ସଂଖ୍ୟାର ଲାଭ ଦେଶର ଅର୍ଥନୀତି ଯେପରି ଉଠାଇ ପାରିବ ସେଥି ପାଇଁ ଓଡିଶାରେ ଏହି ଦୁଇଟି ଶିକ୍ଷାନୁଷ୍ଠାନ  ଗୁରୁତ୍ୱପୂର୍ଣ ଭୂମିକା ନେବ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି । 

19-03-18-iit1.jpg - 2.93 MB

ଶ୍ରୀ ପ୍ରଧାନ ଓଡିଶାରେ ଅପାର ସମ୍ଭାବନା ଥିବା ସତ୍ୱେ ଡିସେମ୍ବର ୨୦୧୩ରେ ଆନ୍ଧ୍ରର ଠିକାଦାର ଦ୍ୱାରା  ଦୁଇ ଓଡିଆ ଯୁବକଙ୍କ ଡାହାଣ ହାତକୁ କାଟି ଦିଆ ଯାଇଥିଲା । ଓଡିଆ ଯୁବକ ମାନେ ଦୂରଦୂରାନ୍ତକୁ ଯାଇ କଠିନ ପରିଶ୍ରମ କରିବାକୁ ପ୍ରସ୍ତୁତ ।  ମାତ୍ର ଉପଯୁକ୍ତ ତାଲିମ ଅଭାବରେଭାରତର ଅନ୍ୟାନ୍ୟ ରାଜ୍ୟ ହେଉ ବା ମଧ୍ୟ ପ୍ରାଚ୍ୟ ରାଷ୍ଟ୍ର ସମୂହ ଓଡିଆ ମାନଙ୍କୁ ଗୋତି ଶ୍ରମିକ ଭଳି ବ୍ୟବହାର କରା ଯାଉଛି । ଅପର ପକ୍ଷରେ ରାଜସ୍ଥାନର ଜସେଲମେର ଠାରେ ଓଡିଶାର ଗାଁ ସ୍କୁଲରେ ପାଠ ପଢିଥିବା ଏକ ପିଲା ହୋଟେଲ ମ୍ୟାନେଜମେଂଟ ଟ୍ରେନିଂ ନେଇ ରାଜସ୍ଥାନୀ ଖାଦ୍ୟ ପେୟର ଉପାଦାନ ଗୁଡିକ ସମ୍ପର୍କରେ ବିଦେଶୀ ପର୍ଯ୍ୟଟକ ମାନଙ୍କୁ ବହୁତ ସୁନ୍ଦର ଭାବରେ ବୁଝାଉଥିବାର ଦେଖି ସେ ପିଲା ସହିତ କଥା ହୋଇଥିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଗତ ବର୍ଷ କାଜାକିସ୍ତାନ ଗସ୍ତ ସମୟରେ ଓଡିଶାର ଏକ ସାଧାରଣ କଲେଜରୁ ପାସ କରିଥିବା ଏକ ଯୁବକ ଲକ୍ଷ ଲକ୍ଷ ଡଲାର ତୈଳ ସେବାକାରୀ ଭାବେ କାମ କରିବା ଓଡିଆ ଯୁବକର କରିବାର ଇଚ୍ଛା ଶକ୍ତିକୁ ସ୍ପଷ୍ଟ କରୁଛି ବୋଲି ଶ୍ରୀ ପ୍ରଧାନ କହିଥିଲେ । ଭାରତର ଦକ୍ଷତା ବିକାଶ କେନ୍ଦ୍ର ଗୁଡିକ ଶିଳ୍ପର ଆବଶ୍ୟକତା ଉପଯୋଗୀ ହେବା ଦରକାର । ଓଡିଶାରେ ପର୍ଯ୍ୟଟନ ଶିଳ୍ପର ବ୍ୟାପକ ସମ୍ଭାବନା ପରିପ୍ରେକ୍ଷୀରେ ଭାରତର କେରଳ ବା ରାଜସ୍ଥାନ ପରି ରାଜ୍ୟ ହେଉ ଅଥବା ବାଲି ବା ଶ୍ରୀଲଙ୍କାରେ ପର୍ଯ୍ୟଟନର ନୂଆ ପ୍ରୟୋଗ ସମ୍ପର୍କରେ ପ୍ରଶିକ୍ଷିତ ହେବା ଜରୁରୀ । ବାଲି ଠାରେ ଧାନ ବିଲ ରେଷ୍ଟୁରାଂଟରେ ପର୍ଯ୍ୟଟକଙ୍କ ଭୀଡର ଉଦାହରଣ ଦେଇ ଏକ ଛୋଟିଆ ନୂଆ ଆଇଡିଆ ବ୍ୟାପକ ସଫଳତାରେ ପରିବର୍ତନ ହୋଇ ପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାମହିମ ରାଷ୍ଟ୍ରପତି ତାଙ୍କର ଦୁଇ ଦିନିଆ ଗସ୍ତରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ କୁ ଯାଇ ଛାତ୍ର ଛାତ୍ରୀ ମାନଙ୍କ ସହ ଭାବର ଆଦାନ ପ୍ରଦାନ କରିଛନ୍ତି । ରାଷ୍ଟ୍ରପତିଙ୍କ ଏହି ଗସ୍ତ ଓଡିଆ ଯୁବ ପୀଢୀଙ୍କ ପାଇଁ ବିଶେଷ ଭାବେ ସମର୍ପିତ ଥିଲା ବୋଲି କୁହା ଯାଇ ପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।  ଛାତ୍ର ଛାତ୍ରୀ ମାନେ ବିଫଳତାରେ ପ୍ରଭାବିତ ହେବା ବଦଳରେ ବିଫଳତା ହିଁ ଆହୁରି ବୁଦ୍ଧିମତା ସହ ନୂଆ କରି ଆରମ୍ଭ କରିବାର ସୁଯୋଗ ଦିଏ ବୋଲି ହେନରୀ ଫୋର୍ଡଙ୍କ ଏହି କାଳଜୟୀ ପରାମର୍ଶକୁ ପାଥେୟ କରନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 

 

0
0
0
s2sdefault