ହେଡଲାଇନସ୍:

କେନ୍ଦୁପତ୍ର କର୍ମଚାରୀ ସଂଘ ଖଡିଆଳ ଡିଭିଜନ ତରଫରୁ ଗଣ ଧାରଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡା.(ଅମିତ ପୁରୋହିତ ) ପୂର୍ବ ନିଷ୍ପତ୍ତି ଓ କାର୍ଯ୍ୟସୂଚୀ ଅନୁଯାୟୀ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଖଡିଆଳ ଡିଭିଜନ ତରଫରୁ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସହ ସହ ସଂଖ୍ୟାରେ କେନ୍ଦୁପତ୍ର ତୋଳାଳି ସିଜିନାଲ କର୍ମଚାରୀ ଆସି ଗଣ ଧାରଣାରେ ବସିଥିଲେ । ଖଡିଆଳ ଡିଭିଜନ ସମ୍ପାଦକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ସହ ସହ କେନ୍ଦୁପତ୍ର ତୋଳାଳି ସିଜିନାଲ କର୍ମଚାରୀ ବନ୍ଧେଇ  ଶ୍ରମିକ ନୂଆପଡା କେନ୍ଦୁପତ୍ର ବିଭାଗ କାର୍ଯ୍ୟାଳୟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ । ୧୦ ଦଫା ଦାବୀ ନେଇ ଗଣ ଧାରଣାରେ ବସିଥିଲେ । ଖଡିଆଳ କେନ୍ଦୁଲିଫ ଡିଭିଜନର ଡିଏଫୋ ପ୍ରଭଞ୍ଜନ ପ୍ରଧାନ ଧାରଣା ସ୍ଥଳରେ ପହଞ୍ଚି  ଆନ୍ଦୋଳନକାରୀ ଙ୍କ ସହିତ କଥାବାର୍ତ୍ତା କରିଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଲଙ୍କ ମାଧ୍ୟମରେ ଉକ୍ତ ୧୦ ଦଫା  ଦାବୀପତ୍ରକୁ ଶ୍ରୀ ପାଣିଗ୍ରାହୀଙ୍କ ଠାରୁ ଗ୍ରହଣ କରିଥିଲେ । ସଂଘର ପୂର୍ବ  ନିଷ୍ପତି ଅନୁଯାୟୀ ମାର୍ଚ୍ଚ ୧୧ ତାରିଖ ରେ ସିନାପାଲି, ବୋଡେନ, ଖଡିଆଳ, ତରବୋଡ ଓ ନୂଆପଡା ଠାରେ ରାସ୍ତାରୋକ କରି ଆନେ୍ଦାଳନ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି |

0
0
0
s2sdefault