ହେଡଲାଇନସ୍:

ବିଶ୍ୱ ନାଟ୍ୟ ଦିବସକୁ  ଏକାଠି ପାଳନ କରିବେ ସମ୍ବଲପୁରର ସମସ୍ତ ନାଟ୍ୟlନୁଷ୍ଠାନ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ଆସନ୍ତା ତା.27 ମାର୍ଚ୍ଚ ରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ନାଟ୍ୟ ଦିବସ କୁ ସମ୍ବଲପୁର ର ସମସ୍ତ ନାଟ୍ୟାନୁଷ୍ଠାନ ମିଳିତ ଭାବରେ ପାଳନ  କରିବାର ଆଭିମୁଖ୍ୟ ନେଇ ସମ୍ବଲପୁର ନାଟ୍ୟକଳା ପରିଷଦ ର ଆହ୍ୱାନ କ୍ରମେ ଆଜି ଚିତ୍ରଗୁପ୍ତ କଲ୍ୟାଣ ସଂଘ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ବରିଷ୍ଠ  କଳାକାର  ଶିବ ନାରାୟଣ ଶତପଥି, ବlବୁଜୀ ପଟ୍ଟନାୟକ, ନାଟ୍ୟ କଳା ପରିଷଦ ର ସମ୍ପାଦକ ପ୍ରଶାନ୍ତ ମହାରଣା ଓ  କୋଷାଧ୍ୟକ୍ଷ ଦିଲିପ ପୃଷ୍ଟି  ପ୍ରମୁଖ ମଞ୍ଚାସିନ ଥିଲେ l ସମ୍ବଲପୁର ର ନାଟ୍ୟ ଦଳ ମାନଙ୍କ  ମଧ୍ୟରେ ଏକ ସଦ୍ ଭାବ   ରଖିବା ସହ ନାଟ୍ୟ ଧାରା କୁ ଆହୁରି ସମୃଦ୍ଧ କରିବା ପାଇଁ କାର୍ଯ୍ୟ ସମସ୍ତେ କାର୍ଯ୍ୟ କରିବା ଏହl ଏକ  ପ୍ରୟାସ ବୋଲି ଶ୍ରୀ ମହାରଣା ମତ ପୋଷଣ କରିଥିଲେ l ଏହି ଅବସରରେ ରେ  ଶ୍ରୀ କଲ୍ଚରାଲ ଆସୋସିଏସନ  ର ସତ୍ୟ ରଞ୍ଜନ ବେହେରା, ଓଡିଶା ସାଂସ୍କୃତିକ ସମାଜ ର ପ୍ରଫୁଲ୍ଲ କୁମାର ହୋତା, ମଞ୍ଚ ନାୟକ ର ପ୍ରଦୀପ ପଣ୍ଡା, ଆର୍ଟିଷ୍ଟ ଆସୋସିଏସନ ର ସୂର୍ଯ୍ୟ ପାଣିଗ୍ରାହୀ, ଜିଯିବିସା ର  ମାହେଶ୍ୱରୀ ପ୍ରସାଦ ପାଣିଗ୍ରାହୀ, ପଣ୍ଡିତ ଲକ୍ଷ୍ମୀ ନାରାୟଣ ସାଂସ୍କୃତିକ ସଂସଦ ର  ସନ୍ତୋଷ କୁମାର ମିଶ୍ର, ଅଦୃଶ୍ୟ ନାଟ୍ୟ ଆଶ୍ରମ ର  ଅତୀଶ ଶତପଥି,ଶବ୍ଦ ସାଂସ୍କୃତିକ ଅନୁଷ୍ଠାନ ର  ବିରୁପାକ୍ଷ ପ୍ରଧାନ, ଚେତନା ସାଂସ୍କୃତିକ ଅନୁଷ୍ଠାନ ର  ସଂଜୀବ  ପାଢ଼ୀ, ଯୁବ ଉଦୟନ ର  ସଞ୍ଜୟ ମିଶ୍ର, ମିଳିତ କଳାକାର ସଂଘ ର ବବଲୁ ବାଗ, ଡ଼. ସୁରୁବାବୁ ମେହେର, ଅଶୋକ ମିଶ୍ର  ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରି ନିଜନିଜ ମତ ପୋଷଣ କରିଥିଲେ l ସମସ୍ତ  ନାଟ୍ୟ ଦଳ ମାନଙ୍କୁ ନେଇ ଏକ ମିଳିତ  ସଂସ୍ଥା ଗଠନ କରିବା ସହ ଏହି ବର୍ଷ  ମିଳିତ ଭାବରେ ବିଶ୍ୱ ନାଟ୍ୟ ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା l ଏହି  ପରିପେକ୍ଷି ରେ  ଜିଲ୍ଲା  ସଂସ୍କୃତି ପରିଷଦ ର  ସହ ମିଳିତ ଆନୁକୂଲ୍ୟରେ ଯେମିତି      ଆୟୋଜିତ ହୋଇ ପାରିବ ସେଥିପାଇଁ ଜିଲ୍ଲାପାଳ ତଥା ଅଧ୍ୟକ୍ଷ,ଜିଲ୍ଲା ସଂସ୍କୃତି ପରିଷଦ ଙ୍କୁ ସାକ୍ଷାତ କରିବାକୁ ପ୍ରସ୍ତାବ ନିଆଯାଇଥିଲା l ଏଥିସହ  ଆଲୋଚନାଚକ୍ର ସହ କଳାକାର ସମ୍ବର୍ଦ୍ଧନା ସହ ଏକ ନାଟକ ମଞ୍ଚନ ପାଇଁ ନିଷ୍ପତ୍ତି  ନିଆଯାଇଥିଲା l ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ  ସନ୍ତୋଷ ବହିଦାର, ଅଭିଷେକ ମିଶ୍ର, ପ୍ଲାବନ ମିଶ୍ର, ସୁବାଷ ନନ୍ଦ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l

0
0
0
s2sdefault