ହେଡଲାଇନସ୍:

ଦରଦୀ ନବୀନ, ବଢ଼ାଇଲେ ମାନବିକତାର ହାତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦଙ୍ଗା ପ୍ରଭାବିତ ଦିଲ୍ଲୀର ବିଭିନ୍ନ ଅଂଚଳରେ ଓଡିଶା ମୋ ପରିବାର ମାଧ୍ୟମରେ ବଣ୍ଟା ହେଲା ରିଲିଫ 

ନୂଆଦିଲ୍ଲୀ( ଶାସକ ପ୍ରଶାସକ): ମିଷ୍ଟଭାଷୀ ଆଉ ମଣିଷ ପଣିଆ ପାଇଁ ବେଶ ପରିଚିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ତାଙ୍କ ଦରଦୀ ହୃଦୟର ପରିଚୟ ଦେଇଛନ୍ତି |  ଦିଲ୍ଲୀ ଦଙ୍ଗା ପୀଡ଼ିତମାନଙ୍କୁ ବଢ଼ାଇଛନ୍ତି ମାନବିକତାର ହାତ |   ଦଙ୍ଗା ପୀଡିତଙ୍କ ଅକଥନୀୟ ଯନ୍ତ୍ରଣା ପରିପ୍ରେକ୍ଷୀରେ ସେମାନଙ୍କ ନିକଟରେ କିଛି ସହାୟତା ପହଂଚାଇବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ | ମୁଖ୍ୟମନ୍ତ୍ରୀଙ୍କ  ନିର୍ଦେଶରେ  ଓଡିଶା ମୋ ପରିବାର ପକ୍ଷରୁ  ନୂଆଦିଲ୍ଲୀର ଦଙ୍ଗା ପ୍ରଭାବିତ ଅଂଚଳରେ ଲୋକଙ୍କୁ ରିଲିଫ ଓ ସହାୟତା ପ୍ରଦାନ କରାଯାଇଛି | ବିଧାୟକ ଧ୍ରୁବ ସାହୁଙ୍କ ନେତୃତ୍ୱରେ  ଓଡିଶା ମୋ ପରିବାରର ସଭ୍ୟମାନେ ଦଙ୍ଗା ପ୍ରପୀଡ଼ିତ  ବିଭିନ୍ନ ଅଂଚଳ ବୁଲି ରିଲିଫ ସହାୟତା ବଣ୍ଟନ କରିଥିଲେ |       

0
0
0
s2sdefault