ହେଡଲାଇନସ୍:

ରଙ୍ଗ ଆଣିଲା ଉଦ୍ୟମ, ତେଲେଙ୍ଗାନାରୁ ଫେରିଲେ ଦାଦନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

"ବନ୍ଧକ ଥିବା ଦୁଇଜଣ ଏହି ସିଜିନ ସାରିବା ପରେ ଫେରିବେ"

 

ପଶ୍ଚିମ ଓଡିଶା ବ୍ୟୁରୋ/ ଗୌରାଙ୍ଗ ଦାସ :  ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକର ବହୁ ଚର୍ଚ୍ଚିତ ଦାଦନ ବନ୍ଧା ହେବା ଘଟଣାର ଆପାତତଃ ପୁର୍ଣଛେଦ ପଡ଼ିଛି | ବରଗଡ଼ ଜିଲ୍ଲା ବିଜେପୁର ବ୍ଲକର ଜଣେ ସାମାଜିକ କର୍ମୀ ଦିବସ କୁମାର ସାହୁଙ୍କ ଅନବରତ ପ୍ରୟାସ ଏବଂ ତାଙ୍କ ଅନୁରୋଧରେ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ କମିମିଶନରଙ୍କ  ତ୍ୱରିତ ପଦକ୍ଷେପ ଯୋଗୁଁ ନିରାପଦ ଭାବେ ଘରକୁ ଫେରୁଥିବା ସୂଚନା ମିଳୁଛି | ଏନେଇ ବର୍ତ୍ତମାନ ଉଦ୍ଧାର ହୋଇଥିବା ଏକ ଶ୍ରମିକଙ୍କ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଉକ୍ତ ସାମାଜିକ କର୍ମୀଙ୍କ ପ୍ରସଂସା ରେ ଶତମୁଖ ଥିବା ସ୍ପଷ୍ଟ ଭାବେ ବାରି ହେଉଛି | ଆଉଯେଉଁ ଦୁଇଜଣ ଦାଦନ ସେଠାରେ ରହିଛନ୍ତି ସେମାନେ ଏହି ସିଜିନ ସାରିବା ପରେ ଫେରିବେ ବୋଲି ଜଣ ପଡିଛି |

ଘଟଣା ଟି ଥିଲା ଏମିତି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକର କେତେକ ଦାଦନ ଶ୍ରମିକ ତେଲେଙ୍ଗାନା ଜିଲ୍ଲା ପୈଦାପଲ୍ଲି ଜିଲ୍ଲାର ରାମଗିରି ଥାନା ଅଂଚଳର ପାଣ୍ଡୁଳାପଲ୍ଲି ଗ୍ରାମର ଏକ ଇଟା ଭାଟିରେ ବନ୍ଧା ପଡ଼ିଥିଲେ | ସେଠାରେ ଠିକ ଭାବେ ଖାଦ୍ୟ ଦେଉନଥିବା, ଅତ୍ୟାଚାର କରୁଥିବା, ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ତଥା ମହିଳା ମାନେ ସୁରକ୍ଷିତ ନ ଥିବା ଦର୍ଶାଇ ସେଠାରେ ଥିବା ମନୁ ନାମକ ଏକ ଶ୍ରମିକ କୌଣସି ସୁତରୁ ଶ୍ରୀ ସାହୁଙ୍କ ନମ୍ବର ପାଇ ଯୋଗାଯୋଗ କରିଥିଲେ | ତାଙ୍କ ଦୁଃଖ ଶୁଣି ସବୁ ବୁଝାସୁଝା କରିବା ପରେ ସହାୟତା କରିବା ପାଇଁ ଆଗେଇ ଆସିଥିଲେ | ପ୍ରଥମେ ସେ ତାଙ୍କ ମାଲିକଙ୍କ ନମ୍ବର ମାଗି ସେଠାକାର ଲୋକେସନ ମାଗିଥିଲେ, ଠିକଣା ଜାଣିବା ପରେ ପୈଦାପଲ୍ଲୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସଂଗେ କଥା ହେଇଥିଲେ | ଆଉ ଟ୍ଵିଟର ମାଧ୍ୟମରେ ରାଜ୍ୟ ଶ୍ରମ ବିଭାଗ କମିଶନର ଏନ ତିରୁମାଲା ନାଏକଙ୍କୁ ଟ୍ୱିଟର ମାଧ୍ୟମରେ ଅନୁରୋଧ କରିବା ପରେ ତାଙ୍କ ଅନୁରୋଧ ରକ୍ଷା କରି ତେଲେଙ୍ଗାନା ରାଜ୍ୟ ଲେସିଆନ ଅଫିସରଙ୍କୁ ଏନେଇ ସୂଚନା ପ୍ରଦାନ କରାଯାଇଥିବା କହିଥିଲେ | ଗତକାଲି ସନ୍ଧ୍ୟା 5.30 ଟା  ସମୟରେ ପଡିଥିବା ଚାପ ଯୋଗୁଁ ଭାଟି ମାଲିକ ଉତକ୍ଷିପ୍ତ ହୋଇ ତତକ୍ଷଣାତ ତାର ଭାଟି ଛାଡି ଚାଲିଯିବା ପାଇଁ କହି ଏକ ଟ୍ରାକ୍ଟର ମାଧ୍ୟମରେ ଅସୁରକ୍ଷିତ ଭାବେ  ପୈଦାପଲ୍ଲୀ ରେଳ ଷ୍ଟେସନକୁ ଛାଡ଼ିଦେବାକୁ ନେଇଥିଲେ | ନିକଟ ଅତୀତରେ ହେଇଥିବା ଦାଦନ ମାନଙ୍କ ଉପରେ ଅତ୍ୟାଚାର ଯୋଗୁଁ ଭୟଭୀତ ହୋଇଥିଲେ ଏବଂ ଶ୍ରୀ ସାହୁଙ୍କୁ ଫୋନ କରିଥିଲେ | ସେ ଏହି ଘଟଣାକୁ ଗୁରୁତ୍ୱ ଦେଇ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ପହଞ୍ଚାଇବା ପାଇଁ ସେଠାକାର ସ୍ଥାନୀୟ ପୋଲିସକୁ ଯୋଗାଯୋଗ କରିଥିଲେ | ସନ୍ତୋଷ ଜନକ ଉତ୍ତର ନ ମିଳିବାରୁ ତେଲେଙ୍ଗାନା ମହିଳାଙ୍କ ସୁରକ୍ଷା ନିମନ୍ତେ ଖୋଲାଯାଇଥିବା She Team କୁ ଯୋଗାଯୋଗ କରିଥିଲେ | ସେମାନେ ପୁର୍ଣ ସହଯୋଗ କରିଥିଲେ | ସୁରକ୍ଷିତ ଭାବେ ଷ୍ଟେସନକୁ ପହଂଚିବା ପରେ ଦୁଇଜଣ ଦାଦନ ଶ୍ରମିକଙ୍କୁ  ଅଟକ ରଖି ବାକି ସମସ୍ତଙ୍କ ଟିକେଟ କରେଇଦେଇ ପଠେଇଥିଲେ |  ଅଟକ ରଖିଥିବା ଦୁଇ ଶ୍ରମିକଙ୍କ ଉଦ୍ଧାର ନିମନ୍ତେ ସେଠାକାର ଶ୍ରମ ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ କିଛି ଟଙ୍କା ପଇସା ଲେନଦେନ ଥିବା କହିଥିଲେ | 

HOME RETURNING

"ତେଣୁ ଏଇ ସିଜିନ ଟା କାମ କରିକି ସେମାନେ ଫେରିଆସିବେ ବୋଲି ମୋତେ ସେମାନେ କହିଛନ୍ତି | ଆଉ ସେ ମାଲିକଙ୍କ ସହ ଓ ଦୁଇଙ୍କ ସହ ମୁ ବ୍ୟକ୍ତିଗତ ଭାବେ କଥା ହୋଇଛି | ସେମାନଙ୍କ ଜୀବନ ପ୍ରତି ବିପଦ ନାହିଁ କି ସେମାନଙ୍କ କୌଣସି ଅସୁବିଧା ହେବନାହିଁ ବୋଲି ସମ୍ପୃକ୍ତ ଇଟାଭାଟି ମାଲିକ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଶାସକ ପ୍ରଶାସକଙ୍କୁ କହିଛନ୍ତି ସାମାଜିକ କର୍ମୀ ଦିବସ ସାହୁ |  ତଥାପି ଏ ପ୍ରସଙ୍ଗରେ ସ୍ଥାନୀୟ ଶ୍ରମ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛନ୍ତି ଶ୍ରୀ ସାହୁ |  ଯେହେତୁ ଏହି ଘଟଣା ଉଭୟ ରାଜ୍ୟ ସରକାରଙ୍କ ନଜରରେ ରହିଛି, ତେଣୁ ସେମାନେ ସୁରକ୍ଷିତ ଅଛନ୍ତି ବୋଲି ଶ୍ରୀ ସାହୁ ଆଶା ବ୍ୟକ୍ତ କରିଛନ୍ତି |

0
0
0
s2sdefault