ହେଡଲାଇନସ୍:

ନବୀନ -ଧର୍ମେନ୍ଦ୍ର ଭେଟଘାଟ : ଇସ୍ପାତ ଶିଳ୍ପ ସମ୍ପର୍କରେ କଲେ ଆଲୋଚନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁନନେଶ୍ୱର (ଶାସକ ପ୍ରଶାସକ)ମୁଖ୍ୟମନ୍ତ୍ରୀମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୁରୁବାରଦିନ ଲୋକସେବା ଭବନରେ ସାକ୍ଷାତ କରିଛନ୍ତି କେନ୍ଦ୍ର ଇସ୍ପାତ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ଇସ୍ପାତ ଶିଳ୍ପର ବିକାଶ ସଂପର୍କରେ ଉଭୟ ନେତା ବେଶ କିଛି ସମୟ ଧରି ଆଲୋଚନା କରିଥିବା ଜଣାପଡିଛି ।

 ଆସନ୍ତା କାଲି କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଏକ ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ଏକ ଜାପାନୀ ପ୍ରତିନିଧି ମଣ୍ଡଳୀ ମଧ୍ୟ ଏ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଏ ଆଲୋଚନା  ଅବସରରେ  କହିଥିଲେ ଯେ ଓଡ଼ିଶହ ସମ୍ପ୍ରତି ଭାରତରେ ସର୍ବାଧିକ ଇସ୍ପାତ ଉତ୍ପାଦନକାରୀ ରାଜ୍ୟ | ଇସ୍ପାତ ଉତ୍ପାଦନ ପାଇଁ ରହୁଥିବା ବଳିଷ୍ଠ ଭିତ୍ତିଭୁମିଏଠାରେ ଆନୁସଙ୍ଗିକ ଶିଳ୍ପ ପ୍ରତିଷ୍ଠା ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରୁଛି | ରାଜ୍ୟ ସରକାର ଏବେ ଇସ୍ପାତର ମୂଲ୍ୟଯୁକ୍ତ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି | ୨୦୨୦ ସୁଦ୍ଧା ଅତିକମରେ ୫୦ ପ୍ରତିଶତ ଇସ୍ପାତ ମୂଲ୍ୟଯୁକ୍ତ କରିବା ପାଇଁ ଲକ୍ଷ ରାହାଯାଇଛି | ଏ ଅବସରରେ ଓଡ଼ିଶାରେ ଅଟୋମୋବାଇଲ, ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ ଓ  ପେଟ୍ରୋ କେମିକାଲ କ୍ଷେତ୍ରରେ ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ଜାପାନ ପ୍ରତିନିଧି ମଣ୍ଡଳୀକୁ ପ୍ରସ୍ତାବ ଦେଇଥିଲେ |  ଏକ ଜାପାନୀ  ଇଣ୍ଡଷ୍ଟ୍ରିଆଲ କ୍ଲଷ୍ଟର ପ୍ରତିଷ୍ଠା ତଥା ଭୁବନେଶ୍ୱର ଠାରେ ଏକ ଟାଉନସିପ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରଖିଥିଲେ | ରାଜ୍ୟ ସରକାରଙ୍କ ପକ୍ଷରୁ ଏଠି ପାଇଁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇଦେବେ | ମେକ ଇନ ଓଡିଶା କାନକ୍ଳେଭ-୨୦୨୦ରେ ଅଂଶୀଦାର ହେବାକୁ ଜାପାନର ରାଷ୍ଟ୍ରଦୂତଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ | ଆଗାମୀ ଦିନରେ ଓଡିଶା ଓ ଜାପାନୀଜ ଶିଳ୍ପ ସଂସ୍ଥା ସହ ସୁସମ୍ପର୍କ ଓ ବୁଝାମଣା ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ଏ ଅବସରରେ ଆଶାବ୍ୟକ୍ତ କରିଥିଲେ |  ଏହି ଆଲୋଚନା ବେଳେ ଜାପାନର ରାଷ୍ଟ୍ରଦୂତ  ସାନତୋଷୀ ସୁଜୁକି ଉପସ୍ଥିତ ଥିଲେ | କେନ୍ଦ୍ର ଇସ୍ପାତ ଅତିରିକ୍ତ ସଚିବ ଏହି ଅବସରରେ" ପୂର୍ବୋଦୟ" ନାମକ ଏକ ଉପସ୍ଥାପନା ରାଖିଥିଲେ, ଯାହାର ଉଦ୍ଦେଶ୍ୟ ହେଲା ପୁର୍ବାଞ୍ଚଳରେ ଇସ୍ପାତ ହବ ପ୍ରତିଷ୍ଠା କରି ପୁର୍ବାଞ୍ଚଳର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା | ଓଡିଶାରେ ଏଥିପାଇଁ ଅପାର ସମ୍ଭାବନା ରହିଛି | ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମୁଖ୍ୟ ଶାସନ ସଚିବ, କେନ୍ଦ୍ର ଇସ୍ପାତ ସଚିବ, କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଓ ରାଜ୍ୟ ଇସ୍ପାତ ଓ ଖଣି ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

 ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆର୍ସେଲର ମିତଲକୁ ପ୍ଲାଂଟକୁ ନେବା ପରେ ନିପନ ଷ୍ଟିଲ୍ ଏଥିରେ ବଡ ସହଯୋଗୀ ହୋଇଛି । ଏହାସହ ଜାପାନର ଇସ୍ପାତ୍ କମ୍ପାନୀ ଜେଏଫଇ ଜେଏସଡବ୍ଲୁ ସହ ସହଭାଗୀ ହୋଇଛି । ଓଡିଶାର ଇସ୍ପାତ୍ ଶିଳ୍ପରେ ଜାପାନର ଦୁଇଟି ବଡ ଇସ୍ପାତ୍ କମ୍ପାନୀ ଜେଏଫ୍ଇ ଏବଂ ନିପନ ବଡ ପୁଞ୍ଜିନିବେଶ କରିବ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବଦୋୟ ମିଶନରେ ଜାପାନ ଏକ ସହଯୋଗୀ ରାଷ୍ଟ୍ର ହେବା ଆମର ଲକ୍ଷ୍ୟ । ଏହାସହ ଏହି ମିଶନରେ ଓଡିଶାର କଳିଙ୍ଗ ନଗରର ବିକାଶ କରାଯାଇପାରିବ । କେନ୍ଦ୍ର ସରକାର ଏବଂ ରାଜ୍ୟ  ସରକାରଙ୍କ ସହଯୋଗରେ କଳିଙ୍ଗ ନଗରକୁ ବିଶ୍ୱ ଇସ୍ପାତ୍ ଶିଳ୍ପର ପେଣ୍ଠସ୍ଥଳି ଭାବେ ଗଢିତୋଳିବା ଲକ୍ଷ୍ୟ  ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ଦିନରେ ଦେଶରେ ଇସ୍ପାତ ଉତ୍ପାଦନ ୧୪୦ ଏମଟିରୁ ୩୦୦ ଏମଟି  କରାଯିବ । ଦେଶରେ ଇସ୍ପାତ ଉତ୍ପାଦନରେ ଯେଉଁ ବ୍ୟାପକ ଅଭିବୃଦ୍ଧି ହେବ ସେଥିରୁ ଓଡିଶାରୁ ସିଂହ ଭାଗ ଇସ୍ପାତ୍ ଉତ୍ପାଦନ ହେବ । କେବଳ ଇସ୍ପାତ୍ ଉତ୍ପାଦନ ନୁହେଁ ଇସ୍ପାତ୍ ସହ ଜଡିତ ଶିଳ୍ପର ସଂପ୍ରସାରଣ ଓଡିଶାରେ ହେଲେ ରାଜ୍ୟର ରାଜସ୍ୱ ବଢିବା ସହ ରୋଜଗାର ବଢିବ । ଏଥିପାଇଁ ଜାପାନକୁ ଏକ ସହଯୋଗୀ ପାର୍ଟନର ଭାବେ ନେବା ମୂଳ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି ।

0
0
0
s2sdefault