ହେଡଲାଇନସ୍:

ଫେବୃଆରୀ ୨୮ରୁ ତିନି ଦିନିଆ ପଦ୍ମପୁର ଲୋକ ମହୋତ୍ସବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ ଶାସକ ପ୍ରଶାସକ : ଫେବୃୟାରୀ ୨୮ରୁ ମାର୍ଚ୍ଚ ୧ ତାରିଖ, ତିନିଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ପଦ୍ମପୁର ଲୋକ ମହୋତ୍ସବ - ୨୦୨୦ ର ରୂପରେଖ କୁ ନେଇ ଏକ ପ୍ରେସମିଟ ମଙ୍ଗଳବାର ସନ୍ଧ୍ୟାରେ ପଦ୍ମପୁର ରାଜବୋଡାସମ୍ବର ହାଇସ୍କୁଲ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି ।ପଦ୍ମପୁର ଲୋକ ମହୋତ୍ସବ କମିଟି ସଂଯୋଜକ ଅଶୋକ କୁମାର ମିଶ୍ରଙ୍କ ଦ୍ଵାରା ଆହୂତ ପ୍ରେସ୍ ମିଟ ଅନୁଷ୍ଠିତ ହୋଇଥିଲା । ପ୍ରାପ୍ତ ସୂଚନା ଅନୁସାରେ ୨୬ ତାରିଖ ଉଦଘାଟନ ଓ ବାଣିଜ୍ଯ ମେଲା,୨୭ ତାରିଖରେ ଗଣ ଦୌଡ,  ୨୮,୨୯ ଓ  ୧ ତାରିଖରେ ପ୍ରତ୍ଯହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ, ସେମିନାର,ହାସ୍ଯକବି ସମ୍ମିଳନୀ ଓ ସମ୍ବର୍ଦ୍ଧନା ଇତ୍ୟାଦିର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ଏଥି ସହିତ ଏକ ସ୍ମରଣିକା ମଧ୍ଯ ପ୍ରକାଶିତ ହେବାକୁ ଯାଉଛି ।ନାଟ୍ୟକାର କେଶ ରଞ୍ଜନ ପ୍ରଧାନ, ନାଟ୍ୟକାର ଅଶୋକ କୁମାର ବହିଦାର,ପ୍ରୀତେଶ ବହିଦାର, ରମେଶ ଗୁର୍ଲା, ନାରାୟଣ ପୁରୋହିତ, କୁନାଲ ପାଣିଗ୍ରାହୀ, ନରେଶ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ପରିଶେଷରେ ଶ୍ରୀନିବାସ ରାଓ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault