ହେଡଲାଇନସ୍:

ବିଶ୍ୱ ନାୟକଙ୍କୁ ପୂଜିଲେ ରାଷ୍ଟ୍ର ନାୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

18-03-18-puri.jpg - 56.20 kB

18-03-18-dharme.jpg - 57.96 kB

ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି ଓ ପ୍ରଥମ ମହିଳା 

ପୁରୀରୁ କୁମାର ଅଭିଶେଖ : : ବିଶ୍ୱ ନିୟନ୍ତା ତଥା ବିଶ୍ୱ ନାୟକଙ୍କୁ ପୂଜିଛନ୍ତି ରାଷ୍ଟ୍ରମୁଖ୍ୟ ତଥା ରାଷ୍ଟ୍ର ନାୟକ ରାଷ୍ଟ୍ରପତି  ରାମନାଥ କୋବିନ୍ଦ ଓ ତାଙ୍କ ଧର୍ମପତ୍ନୀ ତଥା ରାଷ୍ଟ୍ରର ପ୍ରଥମ  ମହିଳା  ସବିତା କୋବିନ୍ଦ | ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ରାଷ୍ଟ୍ରପତି | 

ସକାଳ ପ୍ରାୟ ୭. ୩୦ ମିନିଟ୍‌ରେ ରାଷ୍ଟ୍ରପତି ଶ୍ରୀମନ୍ଦିରରେ ପ୍ରବେଶ କରି ସକାଳ ୮. ୨୦ ମିନିଟ୍‌ରେ ବାହାରକୁ ଦର୍ଶନ ସାରି ଫେରିଥିଲେ ରାଷ୍ଟ୍ରପତି । ତାଙ୍କ ସହ ଥିଲେ ଶ୍ରୀଜିଉ ଙ୍କ ଆଦ୍ୟ ପରମ ସେବକ  ଦିବ୍ୟସିଂହ ଦେବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର  ଜେନା, ରାଷ୍ଟ୍ରପତିଙ୍କର କୌଳିକ ପଣ୍ଡା କୃଷ୍ଣଚନ୍ଦ୍ର ଗୋଚ୍ଛିକାର ଏବଂ ଅନ୍ୟାନ୍ୟ ସେବାୟତମାନେ । ପୁରୀ ବିଧାୟକ ମହେଶ୍ୱର ମହାନ୍ତି ସେଠାରେ ଉପସ୍ଥିତ ଥିଲେ ମଧ୍ୟ ମନ୍ଦିର ଭିତରକୁ ଯାଇ ନ ଥିବା ପ୍ରକାଶ। ପୂର୍ବରୁ ରାଷ୍ଟ୍ରପତି କୋବିନ୍ଦଙ୍କର ପିତା ମଧ୍ୟ ଶ୍ରୀନ୍ଦିର ଆସିଥିଲେ ବୋଲି ଶ୍ରୀମନ୍ଦିର ରେକର୍ଡରୁ ଜଣାପଡିଥିଲା | ଶ୍ରୀମନ୍ଦିର ପ୍ରଶାସନ ତରଫରୁ ରାଷ୍ଟ୍ରପତିଙ୍କୁ ଭୋଗପୂର୍ଣ୍ଣ ଡାଲା ଏବଂ ଚତୁର୍ଦ୍ଧାମୂର୍ତ୍ତିଙ୍କର ଏକ ପଟ୍ଟଚିତ୍ର ଉପହାରସ୍ୱରୂପ ଭେଟି ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଜେନା |  ରାଷ୍ଟପତିଙ୍କ ଦର୍ଶନ ପାଇଁ ମେଡିକାଲ୍‌ ଛକରୁ ଶ୍ରୀମନ୍ଦିର ଯାଏଁ ବଡ଼ଦାଣ୍ଡ୍‌କୁ ଜିଲ୍ଲା ପ୍ରଶାସନ ତରଫରୁ ସିଲ୍‌ କରି କରି ଦିଆଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା | 

0
0
0
s2sdefault