ହେଡଲାଇନସ୍:

ବୌଦ୍ଧ ଡିଷ୍ଟିଲାରୀ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅଂଚଳର ୪୫୦ ରୋଗୀଙ୍କୁ ଚିକିତ୍ସା ସହ ମାଗଣା ଔଷଧ ବଂଟନ

ବୌଦ୍ଧ (ଶାସକ ପ୍ରଶାସକ ) : ବୌଦ୍ଧ ଡିଷ୍ଟିଲାରୀ ପକ୍ଷରୁ କେୟାର ହସ୍ପିଟାଲ ସହୋଯୋଗରେ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଶ୍ୟାମସୁନ୍ଦରପୁର ଶିବମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭବେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କିଶୋର କୁମାର ପଟ୍ଟନାୟକ, ବିଡିପିଏଲ ସିଇଓ ପ୍ରେମ କୁମାର କନୋଜ୍ଜା, ଏଚଆର ମ୍ୟାନେଜର ଅଶୋକ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଶ୍ୟାମସୁନ୍ଦରପୁର, ବିଷ୍ଣୁପୁର, ଫକିରପୁର, ତିତିରିକଟା, ରାମ୍ଭିକଟା, ଡିମିରିଝୁଲି, ଚଣ୍ଡିପୁର, ହରେକୃଷ୍ଣପୁର, ସାମ୍ପୋଚ, ଭୁବନେଶ୍ୱର, ଭରତାପୁର, ବରଝୁଲି, ସାନସୁବଳୟା ଆଦି ୧୩ ଗ୍ରାମର ୪୫୦ ଜଣ ରୋଗୀ ଏହି ଶିବିରରେ ନିଜର ସ୍ୱ୍ୟାସ୍ଥ୍ୟ ପରୀକ୍ଷା କରି ଡାକ୍ତରଙ୍କ ପରାମର୍ଶ ରେ ମାଗଣା ଔଷଧ ପାଇ ଉପକୃତ ହୋଇଥିଲେ । ଏହି ଶିବିରରେ ମେଡିସିନ, ୟୁରୋଲୋଜି, (ଆଖୀ, ନାଶା, ଗଳା), ସ୍ତ୍ରୀ ରୋଗ ଓ ପ୍ରସୂତୀ  ଆଦି ବିଶେଷଜ୍ଞ ଅଭିଜ୍ଞ ଡାକ୍ତର ମାନଙ୍କ ପରାମର୍ଶରେ ରୋଗୀଙ୍କୁ ଔଷଧ ବଂଟନ କରାଯାଉଥିଲା । ପ୍ରକାଶ ଥାଉକି ବୌଦ୍ଧ ଡିଷ୍ଟିଲାରୀ ପୁର୍ବରୁ ସ୍ଥାନୀୟ ଅଂଚଳରେ ଥିବା ବିଦ୍ୟାଳୟ ଗୁଡିକରେ  ଛାତ୍ରଛାତ୍ରୀଙ୍କୁ ସ୍କୁଲବ୍ୟାଗ ବଂଟନ, ସ୍ଥାନୀୟ ୫ଟି ସ୍କୁଲରେ ଓ ୨ଟି ଜନଗହଳି ପୁର୍ଣ୍ଣ ସ୍ଥାନରେ ଆରୋ ୱାଟର  ଲଗେଇ ବିଶୁଦ୍ଧ  ପାନୀୟ ଜଳ ବ୍ୟବସ୍ଥା କରାଯାଇଛି । ପବିତ୍ର ଘୋଷଯାତ୍ରା ସମୟରେ ଭକ୍ତମାନଙ୍କୁ ଲେମ୍ବୁପାଣି ସର୍ବତ ଆଦି ବଂଟନ କରି ଭକ୍ତମାନଙ୍କ ମନଜିଣିଛି । ଜିଲ୍ଲାକୁ ଟିବି ମୁକ୍ତ କରିବା ଅଭିଯାନରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହ ହାତ ମିଶାଇଛି । ମ୍ୟାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ୩ ଜଣ ଛାତ୍ରଛାତ୍ରୀଙ୍କୁ ଅର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ ଚଳିତ ମାସ ୧୪ ତାରିଖରେ ବିଡିପିଏଲ୍ ବିଦ୍ୱାନ ନାମକ ଏକ ଛାତ୍ରବୃତି ଯୋଜନା ଆରମ୍ଭ କରିଛି । ଏଥିସହ ସ୍ଥାନୀୟ ବେକାର ଯୁବକଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । 

0
0
0
s2sdefault